ପ୍ରମୂଖ ଖବର
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର; କହିଲେ,ଆତଙ୍କବାଦର ପରିଣାମ ଭୋଗିବାକୁ ପଡ଼ିବ

ନୂଆଦିଲ୍ଲୀ,୨୯/୯: ଜୟଶଙ୍କରଙ୍କ ଜାତିସଂଘରୁ ପାକିସ୍ତାନକୁ  ଚେତାବନୀ। ନ୍ୟୁୟର୍କରେ ୭୯ତମ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ପାକିସ୍ତାନକୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର। ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ, ଗତକାଲି ଜୟଶଙ୍କର କହିଛନ୍ତି, ଏଠାରେ ଆମେ କିଛି ଅଜବ ବକ୍ତବ୍ୟ ଶୁଣିଲୁ। ତେବେ ମୁଁ ଭାରତର ସ୍ଥିତି ଅତି ସ୍ପଷ୍ଟ କରିଦେବାକୁ ଚାହୁଁଛି। ପାକିସ୍ତାନର ସୀମାପାର୍ ଆତଙ୍କବାଦ କେବେ ସଫଳ ହେବ ନାହିଁ। ଏହା କେବେ ବି କ୍ଷମାର ଆଶା ରଖିପାରିବ ନାହିଁ। ବରଂ ଏଭଳି କାର୍ଯ୍ୟକଳାପର ନିଶ୍ଚିତ ରୂପେ ପରିଣତି ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, 'ଆମ ମଧ୍ୟରେ କେବଳ ଯେଉଁ ପ୍ରସଙ୍ଗର ସମାଧାନ ବାକି ଅଛି, ତାହା ହେଉଛି ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଦଖଲ ଭାରତର କିଛି ଅଂଶକୁ ଖାଲି କରିବା ଏବଂ ପାକିସ୍ତାନର ଆତଙ୍କବାଦ ପ୍ରୋତ୍ସାହନକୁ କଡ଼ା ଜବାବ ଦେବା । କିଛି ଦେଶ ପଛରେ ପଡ଼ିବା କ୍ଷେତ୍ରରେ ସେମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ। କିନ୍ତୁ ଆଉ କିଛି ଦେଶ ଜାଣିଶୁଣି ଏଭଳି ବାଟ ବାଛୁଛନ୍ତି, ଯାହାପାଇଁ ସେମାନଙ୍କୁ ବିନାଶକାରୀ ପରିଣାମ ଭୋଗିବାକୁ ପଡ଼ୁଛି। ପାକିସ୍ତାନ ଏହାର ଏକ ପ୍ରମୁଖ ଉଦାହରଣ।' ଦୁର୍ଭାଗ୍ୟବଶତଃ ପାକିସ୍ତାନର ଏଭଳି କାରନାମା ଯୋଗୁଁ ଅନ୍ୟ ଦେଶ ସହ ପଡ଼ୋଶୀ ଦେଶଙ୍କୁ ବି ଭୋଗିବାକୁ ପଡ଼ୁଛି। ପାକିସ୍ତାନର ଜିଡିପିକୁ କେବଳ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପା ଯାଇପାରିବ ବୋଲି କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.