ପ୍ରମୂଖ ଖବର
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ବିଶ୍ୱ ପାଳୁଛି ହୃଦୟ ଦିବସ, ଚଳିତବର୍ଷର ଥିମ୍‌ ‘ୟୁଜ୍‌ ହାର୍ଟ ଫର୍‌ ଆକ୍ସନ୍‌’

ଭୁବନେଶ୍ୱର ୨୯/୦୯ : ହୃତପିଣ୍ଡ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଜିର ବ୍ୟସ୍ତବହୁଳ ସମୟରେ ଏହାକୁ କିପରି ସୁସ୍ଥ ରଖିବା ତାହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ସଂପ୍ରତି ହୃଦଘାତକୁ ନେଇ ଚିନ୍ତା ଲାଗିରହିଛି । ବିଶେଷକରି କମ୍‌ ବୟସର ଯୁବକମାନେ ହୃଦ୍‌ଘାତର ଶିକାର ହେଉଛନ୍ତି । ହୃଦଘାତ ଏଭଳି ଏକ ରୋଗ ଯାହା ହଠାତ୍‌ କାହାକୁ ବି ହୋଇପାରେ । ଶରୀରରେ ଏହା ଆସିବାର ଲକ୍ଷଣ ବହୁତ ପୂର୍ବରୁ ହିଁ ନଜର ଆସିଥାଏ । ଏ ସଂପର୍କରେ ନ ଜାଣିବା କାରଣରୁ ଅଧିକାଂଶ ସମୟରେ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଯେଉଁ କାରଣରୁ ଆଗାମୀ ଦିନରେ ହୃଦଘାତର ସାମ୍ନା କରିବାକୁ ପଡିଥାଏ । ଲୋକଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଉଛି । ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ୟୁଜ୍‌ ହାର୍ଟ ଫର୍‌ ଆକ୍ସନ୍‌’ । ଏହାର ଅର୍ଥ ହେଉଛି ହୃଦ୍‌ରୋଗକୁ ରୋକିବା ପାଇଁ ନିରାକରଣ ବ୍ୟବସ୍ଥା କରିବା । 

ବିଶେଷଜ୍ଞଙ୍କ କହିବା କଥା, ହୃଦ୍‌ଘାତ ପୂର୍ବରୁ ଛାତି ଯନ୍ତ୍ରଣା, ବାରମ୍ବାର ହାଲିଆ ଲାଗିବା, ବିଭିନ୍ନ ଅଙ୍ଗର ଶିରାପ୍ରଶିରା ନୀଳ ହୋଇଯିବା, ମୁଣ୍ଡ ବୁଲାଇବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା ଭଳି ସମସ୍ୟା ଆସେ । ହୃତପିଣ୍ଡ ଆମର ପୂରା ଶରୀରକୁ ରକ୍ତ ଯୋଗାଇ ଥାଏ । ଯଦିଏ ଏଭଳି ପରିସ୍ଥିତିରେ ରକ୍ତ ଯୋଗାଣରେ ହ୍ରାସତା ଆସେ ତେବେ ମସ୍ତିଷ୍କରେ ବି ରକ୍ତର ଅଭାବ ହୋଇଥାଏ ଯେଉଁ କାରଣରୁ ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥାଏ । 

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଡାଏଟେଟିକ୍ସ ଆଣ୍ଡ ନ୍ୟୁଟ୍ରିସନ ବିଭାଗ ମୁଖ୍ୟ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର କହିଛନ୍ତି, ହୃଦରୋଗୀ ସବୁଜ ପନିପରିବା ଖାଆନ୍ତୁ ଯାହା ଶରୀରକୁ ଫାଇବର ଯୋଗାଇବ । ପ୍ରତିଦିନ ବ୍ୟାୟାମ କରନ୍ତୁ । ୨ରୁ ଅଢେଇ ଲିଟର ପାଣି ପିଅନ୍ତୁ । ବଡ଼ କଥା ହେଉଛି, ଆମେ ୮ରୁ ୧୦ଘଣ୍ଟା ଶୋଇବା ଦରକାର । ରାତି ଅନିଦ୍ରା ରହିଲେ ରକ୍ତଚାପ ବାହାରିବ । ଫଳରେ ହୃଦ୍‌ଘାତର ଆଶଙ୍କା ସୃଷ୍ଟି ହେବ । ଗ୍ୟାସ ରହିଲେ ବି ହୃତପିଣ୍ଡ ସମସ୍ୟା ହୋଇଥାଏ । ସେହିପରି ଅଧିକ ତେଲମସଲା ଖାଦ୍ୟରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଆମେ ହୃଦରୋଗ ବିଷୟରେ ସଚେତନ ହେଲେ ହିଁ ଏହାକୁ ରୋକିପାରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.