ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ପଦ୍ମବେଶ, ପୁଷ୍କରିଣୀ ପାଲଟିବ ରତ୍ନସିଂହାସନ

Published By : Prameya | February 1, 2025 8:20 AM

ପୁରୀ, ୦୧/୦୨: ଆଜି  ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ପଦ୍ମବେଶ ଅନୁଷ୍ଠିତ  ହେବ । ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ  ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ  ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ବଡ଼ଛତା ମଠ  ଯୋଗାଇବ ଏହି ବେଶ । ଏଣୁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଠାକୁରଙ୍କ ସନ୍ଧ୍ୟା ଧୂପ ସରିଲା ପରେ ବେଶ ପହଞ୍ଚିବ ବଡ଼ଦେଉଳରେ ।  ବଡ଼ସିଂହାର ବେଶରେ ଠାକୁରେ ପଦ୍ମ ବେଶରେ ବିଭୂଷିତ ହେବେ । 

ପୁଷ୍କରିଣୀ ପାଲଟିବ ରତ୍ନସିଂହାସନ । ସେଥିରେ ଫୁଟିଥିବ ପଦ୍ମ ଫୁଲ ।  ଖେଳୁଥିବେ ହଂସରାଳି । ପ୍ରସ୍ଫୁଟିତ  ବିଶାଳ ପଦ୍ମର କେଶର ଭାଗରେ ଶୋଭାପାଉଥିବ ଶ୍ରୀମୁଖ । ଶ୍ରୀମସ୍ତକରେ  ଚୂଳମାନ ଲାଗି ହୋଇଥିବେ । ଠାକୁରେ  ଧାରଣ କରିଥିବେ କରପଲ୍ଲବ । ରାତ୍ର ଚନ୍ଦନଲାଗି ନୀତି ବଢ଼ିବା ପରେ  ବଡ଼ସିଂହାରରେ ଠାକୁରେ ଏହି ବେଶ  ହେବେ । ବିଳମ୍ବିତ ରାତି ପର୍ଯ୍ୟନ୍ତ  ଠାକୁରଙ୍କୁ ଏହି ବେଶରେ ଦର୍ଶନକରି  ପୂଣ୍ୟ ଅର୍ଜନ କରିବେ ଶ୍ରଦ୍ଧାଳୁ । ଗବେଷକଙ୍କ ମତରେ ସପ୍ତଦଶ  ଶତାବ୍ଦୀରେ ବଡ଼ଛତା ମଠର ମହନ୍ତ  ସନ୍ଥ ରଘୁବର ଦାସ ଏହି ବେଶ  ପ୍ରବର୍ତ୍ତନ କରିଥିଲେ । କିମ୍ୱଦନ୍ତୀ  ଅନୁଯାୟୀ ମନୋହର ଦାସ ନାମକ  ଜଣେ ହିନ୍ଦୀ ଭାଷୀ ସାଧୁଙ୍କ ଭକ୍ତିରେ  ପ୍ରୀତ ହୋଇ ଠାକୁରେ ପଦ୍ମ ବେଶରେ ବିଭୂଷିତ ହେଉଛନ୍ତି । ରବିବାର  ସକାଳେ ବେଶରେ ଥାଇ ଠାକୁରଙ୍କ  ମଙ୍ଗଳାଳତି ବଢ଼ିବ । ପ୍ରତ୍ୟୁଶରେ  ଠାକୁରଙ୍କ ବେଶ ଦର୍ଶନ ସହ ଭକ୍ତମାନେ  ଖିରି ଅମାଲୁ ଭୋଗ ପ୍ରାପ୍ତ ହେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.