ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

୫୦ଟି ହଲ୍‌ରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ପାବାର୍‌’

ଭୁବନେଶ୍ୱର,୧୩/୬: ରଜ ଉପଲକ୍ଷେ ରିଲିଜ ହେଲା  ଓଡ଼ିଆ ସୁପରଷ୍ଟାର ବାବୁଶାନ୍‌ ମହାନ୍ତିଙ୍କ ଫିଲ୍ମ ‘ପାବାର୍‌’। ଏହି ଫିଲ୍ମରେ ବାବୁସାନଙ୍କ ସହ ଅଭିନେତ୍ରୀଙ୍କ ଏଲିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ରଜ ଅବସରରେ ଓଡ଼ିଆ ବାସ୍ନା ଥିବା ଏହି ଫିଲ୍ମର କାହାଣୀ ଓ ସମସ୍ତ ଗୀତ ଦର୍ଶକଙ୍କୁ ବେଶ୍‌ ଛୁଇଁଛି। ଏହି ଫିଲ୍ମ ଦେଖିବାକୁ ବିଭିନ୍ନ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ସେହିପରି  ସ୍ୱାତୀ ଓ ମହାରାଜା ସିନେମା ହଲ୍‌ରେ ବାବୁଶାନ ଫିଲ୍ମ ପ୍ରଡକ୍ସନର ‘ପାବାର’ର ପ୍ରିମିୟର ସୋ’ ହୋଇଥିଲା। ରଜ ଉପଲକ୍ଷେ ରିଲିଜ୍ ହୋଇଥିବା ‘ପାବାର୍‌’ରାଜ୍ୟର ୫ଠଟି ସିନେମା ହଲ୍‌ରେ ଆଜି ମୁକ୍ତିଲାଭ କରିଛି। 

ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଓ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ‘ପାବାର’ର ପ୍ରମୁଖ ଭୂମିକାରେ ଥିବା ବାବୁଶାନ ଓ ଏଲିନା ରହିଛନ୍ତି । ଉଭୟଙ୍କୁ ଦୀର୍ଘ ୮ ବର୍ଷ ପରେ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିଛି। ଅନ୍ୟାନ୍ୟ ପ୍ରମୁଖ ଚରିତ୍ରରେ ଅପରାଜିତା ମହାନ୍ତି, ଜୟପ୍ରକାଶ ଦାଶ, କ୍ରିଷ୍ଣା କର, ବବି ମିଶ୍ର, ପପୁ ପମ୍‌ପମ୍‌, ରବି ମିଶ୍ର, ଅନୁଗୁଳିଆ ବଣ୍ଟି, ସୋମୁ, ଭକ୍ତି ଓ ବାପି ପ୍ରମୁଖ ଅଭିନୟ କରିଛନ୍ତି। ପ୍ରିମିୟର୍‌ରେ ଏମାନେ ସମସ୍ତେ ଉପସ୍ଥିତ ଥିଲେ। ଯୁବ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ ଏଥିରେ କମାଲ୍‌ କରିଛନ୍ତି ବୋଲି କୁହାଯାଉଛି। ‘ପାବାର୍‌’ର ‘ନାଲିଶାଢ଼ି..’ ଓ ‘ଲାଲ୍ ଟହ ଟହ..’ ଗୀତ ସମୟରେ ହଲ୍‌ରେ ଦର୍ଶକ ନାଚି ଉଠିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.