ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ନିଧି ଫାଇନାନ୍ସ କମ୍ପାନୀ ଚିଟ୍ ଫଣ୍ଡ ଠକେଇ ମାମଲା, ତୁଷାର ଭଞ୍ଜୋଙ୍କୁ କଲିକତାରୁ ଗିରଫ କଲା EOW ଟିମ୍

ଭୁବନେଶ୍ୱର ୦୮/୦୬:   ଜମା   ଉପରେ  ଅଧିକ ସୁଧ  ଦେବା ଲୋଭ ଦେଖାଇ ଲୋକଙ୍କୁ ଠକେଇ  କରିବା  ମାମଲାରେ ନିଧି ଫାଇନାନ୍ସ କମ୍ପାନୀର ତୁଷାର ଭଞ୍ଜୋଙ୍କୁ କଲିକତାରୁ ଗିରଫ କଲା EOW  ଟିମ୍। ମନମୋହନ ଦୋରା ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ପରେ ଏହି ମାମଲା ରୁଜୁ ହୋଇଥିଲା। ଓଡ଼ିଶା ସହ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ, ତ୍ରିପୁରା ଏବଂ ବାଙ୍ଗଲାଦେଶରେ  ଠକେଇ ଚେର   ଲମ୍ବିଛି ଜଣାପଡିଛି। ପ୍ରାୟ ୩୪ ହଜାର ନିବେଶକଙ୍କ ଠାରୁ ୧୨୩କୋଟି ଚିଟ ଫଣ୍ଡ ଠକେଇ  କରିଥିବା ଜଣାପଡିଛି । ସବୁ ଟଙ୍କା ନିଜର ଓ ପରିବାର ଲୋକଙ୍କ ଆକାଉଣ୍ଟକୁ ଯାଇଛି ।ଠକେଇ ଟଙ୍କାରେ କଲିକତାରେ ଦୁଇ କୋଟିର ଘର କିଣିବା ସହ ଦୁବାଇ ଓ ବ୍ୟାଙ୍କକ ବୁଲି ମଉଜ କରିଛି ଅଭିଯୁକ୍ତ। ଏପରିକି ଦୁବାଇରେ ମଧ୍ୟ ଆଉ ଏକ ଚିଟ ଫଣ୍ଡ କମ୍ପାନୀ ଖୋଲିବାର ଯୋଜନା କରିଥିଲା ଠକ ତୁଷାର ଭଞ୍ଜୋ । ଏନେଇ EOW ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବିକ, ମନମୋହନ ଦୋରା ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ପରେ ନିଧି ଫାଇନାନ୍ସ କମ୍ପାନୀର ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ମେସର୍ସ ଟ୍ରାନ୍ସଭିଜନ୍ ଡ୍ରିମ୍ ମଲ୍ଟି ଟ୍ରେଡ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକ ତୁଷାର ଭଞ୍ଜୋ ତାଙ୍କୁ ଏବଂ ଅନ୍ୟ ଅନେକ ନିବେଶକଙ୍କୁ ତାଙ୍କ କମ୍ପାନୀ ସହିତ ଅଧିକ ରିଟର୍ଣ୍ଣ ପାଇଁ ନିବେଶ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଯେପରି କି ନିବେଶିତ ରାଶି ଉପରେ ମାସିକ ୧୧ ପ୍ରତିଶତ ସୁଧ ଏବଂ ନୂତନ ସଦସ୍ୟ ଯୋଗ କରିବା ଉପରେ ୪ରୁ ୫ ପ୍ରତିଶତ ଅତିରିକ୍ତ କମିଶନ ଦେବାକୁ ପ୍ରଲୋଭନ ଦେଖାଥିଲେ। ଏଥିସହିତ ୪ ଲକ୍ଷ ଟଙ୍କା ବିନିଯୋଗ କଲେ ମାସିକ ଦରମା୪ ହଜାର ଟଙ୍କା। ୮ ଲକ୍ଷ ଟଙ୍କା ବିନିଯୋଗ କଲେ ମାସିକ ଦରମା ୮ ହଜାର ଟଙ୍କା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା। ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ଦ୍ଦେଶକ ତୁଷାର ଭଞ୍ଜୋ ସୋସିଆଲ ମିଡିଆ, ଲିଫଲେଟ୍, ବ୍ରୋସର ଓ ଫିଜିକାଲ ମିଟିଂଙ୍କୁ ବ୍ୟବହାର କରୁଥିଲେ। ପ୍ରଲୋଭିତ ହୋଇ ଗ୍ରାହକ ଜଣକ ୨୦୨୩ ମସିହାରେ ୪ହଜାର ଟଙ୍କା ଜମା କରି ହରିତ କୃଷି ନିଧି କମ୍ପାନୀରେ ସଦସ୍ୟ ଭାବେ ଯୋଗ ଦେଇଥିଲେ। ପରେ ୨ ଲକ୍ଷ ଟଙ୍କା ଜମା କରିଥିଲେ।

କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ସେ ୦୩ ନମ୍ବର ବାଲେଟ IDs ଖୋଲିବାରେ ସକ୍ଷମ ହୋଇଥିଲେ । ଯେଉଁଥିରେ ସେ ସମୁଦାୟ ୨ ଲକ୍ଷ ୧୭ ହଜାର ଟଙ୍କା ଜମା କରିଥିଲେ ଏବଂ ମାତ୍ର ଗୋଟିଏ ପାଇଁ ୧୧% ସୁଧ ପାଇଥିଲେ ।ଏହା ପରେ ତାଙ୍କୁ କୌଣସି ଟଙ୍କା ପ୍ରଦାନ କରାଯାଇନଥିଲା। ନିର୍ଦ୍ଦେଶକ ତୁସାର ଭଞ୍ଜୋ। ଯିଏ କି ହଜାର ହଜାର ନିବେଶକଙ୍କ ପୁଞ୍ଜିନିବେଶ ରାଶିକୁ ନେଇ ଫେରାର ହୋଇ  ଯାଇଥିଲେ।


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.