ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ବଦଳିଲା ସିଜିଏଲ୍‌ଆର୍‌ଇ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର, ୦୩/୦୭ : ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ପକ୍ଷରୁ କମ୍ବାଇନ୍‌ଡ୍‌ ଗ୍ରାଜୁଏଟ୍‌ ଲେଭଲ୍‌ ନିଯୁକ୍ତି ପରୀକ୍ଷା (ସିଜିଏଲ୍‌ଆର୍‌ଇ) ମେନ୍‌ -୨୦୨୩ ପାର୍ଟନ୍‌ରେ ପରିବର୍ତ୍ତନ କରାଯାଇଛି । ମାତ୍ର ସିଲାବସ୍‌ ସମାନ ରହିଛି । ଏନେଇ ଓଏସ୍‌ଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ, ସିଜିଏଲ୍‌ଆର୍‌ଇ ମେନ୍‌ ପରୀକ୍ଷା ଅଗଷ୍ଟ ୨୪ରେ ହେବ । ଏଥିରେ ଗ୍ରୁପ୍‌ ବି ଏବଂ ସି ଅଫିସର ନିଯୁକ୍ତି କରାଯିବ । ତେବେ ପରୀକ୍ଷା ପୂର୍ବରୁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ଏଥିରେ ଭାଷା ପେପରର ୮୦ ମାର୍କ ମଲ୍ଟିପୁଲ ଚଏସ୍‌ର ପ୍ରଶ୍ନ ଆସିବ । ଆଉ ୨୦ ମାର୍କ ଅନୁବାଦ ଓ ସାରାଂଶ ଲିଖନ ଆସିବ । ଏହା ପରୀକ୍ଷା ବୁକ୍‌ଲେଟ୍‌ରେ ପିଲାମାନେ ଲେଖିବେ । ସେହିପରି ଗତବର୍ଷ ସିଜିଏଲ୍‌ଆର୍‌ଇ ପରୀକ୍ଷାର ଜେନେରାଲ ଷ୍ଟଡିଜ୍‌ରେ ୨ ପ୍ରକାରର ଅର୍ଥାତ୍‌ ଅବ୍‌ଜେକ୍‌ଟିଭ୍‌ ଏବଂ କ୍ଷୁଦ୍ର ପ୍ରଶ୍ନ ଆସିଥିଲା । ମାତ୍ର ଚଳିତବର୍ଷ କେବଳ ଅବଜେକ୍‌ଟିଭ୍‌ ପ୍ରଶ୍ନ ଆସିବ । ସେହିପରି ସମସ୍ତ ଏମ୍‌ସିକ୍ୟୁ ପ୍ରଶ୍ନର ମାର୍କରେ ଭୁଲ୍‌ ଉତ୍ତର ଦେଲେ ନେଗେଟିଭ୍‌ ମାର୍କିଂ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.