ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

OSRTC ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା, ମହିଳା ମୃତ

ଚାନ୍ଦୋଳ, ୨୮/୦୫ : OSRTC ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା। କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟପଥର ଚାନ୍ଦୋଳ ବଜାର ଖରିଦାସାହି ଛକରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପ୍ରିୟଙ୍କା ରାଉତରାୟ(୨୪ ବର୍ଷ)। 

ସୂଚନାନୁଯାୟୀ, କେନ୍ଦ୍ରାପଡାରୁ କଟକ ଯାଉଥିବା OSRTC ବସ୍ ଚାନ୍ଦବାଲି ରାସ୍ତାର ଖରିଦା ସାହି ଠାରେ ଏକ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କୁ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପ୍ରିୟଙ୍କା ରାଉତରାୟ(୨୪ ବର୍ଷ)। ଘର ସାଲେପୁର ଥାନା ଭାଟପଡ ଗ୍ରାମରେ। ସେ କେନ୍ଦ୍ରାପଡ଼ା ଚକବନ୍ଦୀ ଅଫିସରେ ଚାକିରି କରିଥିଲେ। ଆଜି ନିର୍ବାଚନ ଡ୍ୟୁଟିରେ ଘର ଭାଟପଡା, ସାଲେପୁରରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲେ। ଏକ ଟ୍ରକକୁ ଓଭରଟେକ କରି ଯାଉଥିବା ବେଳେ ସାମ୍ନା ପଟୁ କଟକ ଅଭିମୁଖେ ଯାଉଥିବା ଜମ୍ବୁ-ଭୁବନେଶ୍ୱର ବସଟି ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହେଇଥିଲା। ସଙ୍ଗେ ସଙ୍ଗେ ଚାନ୍ଦୋଳ ଫାଣ୍ଡି ପୋଲିସ ଶବ ବ୍ୟବଚ୍ଛେଦ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହ ଗାଡ଼ି ଦୁଇଟିକୁ ଜବତ କରିଥିଲେ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.