ବନ୍ଧୁଗାଁ ୧୦/୧୧: ମଦ ପିଇବାକୁ ଶହେ ଟଙ୍କା ନଦେବାରୁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ଏଭଳି ଅମାନବୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ତୁରୁଗୁଡି ଗାଁରେ । ମୃତ ମହିଳାଙ୍କ ନାଁ ସବିତା ମାଣ୍ଡିଙ୍ଗି(୧୮)। ସେ ୮ ମାସର ଗର୍ଭବତୀ ଥିଲେ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ରବି ମାଣ୍ଡିଙ୍ଗି ଫେରାର୍ ହୋଇଯାଇଛି ।
ସୂଚନା ଅନୁଯାୟୀ, ତୁରୁଗୁଡ଼ି ଗାଁର ରବି ଦିନ ମଜୁରିଆ ଭାବେ କାମ କରେ । ଗତ ଶୁକ୍ରବାର ରାତିରେ ସେ ଘରକୁ ଫେରି ମଦ ପିଇବା ଲାଗି ସବିତାଙ୍କୁ ଶହେ ଟଙ୍କା ମାଗିଥିଲା । ପାଖରେ ଟଙ୍କା ନଥିବାରୁ ମନା କରି ଦେଇଥିଲେ ସବିତା । ଏହି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସବିତାଙ୍କ ବେକକୁ ଏକ ଓଢଣୀରେ ଚାପି ଧରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଶନିବାର ଏ ସମ୍ପର୍କରେ ସବିତାଙ୍କ ମାମୁ ସରପତି ମାଣ୍ଡିଙ୍ଗି ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ପହଞ୍ଚି ଶବ ଜବତ କରିଛି ।