ଆଠଗଡ, ୨।୧୦ : ବାଣ ଯୋଗୁଁ ୨୫ ବର୍ଷ ତତେ ଗୋଟିଏ ହାତ ହରେଇଥିଲେ । ତଥାପି ଆଜି ପର୍ଯ୍ୟନ୍ତ ବାଣ ଭିଡୁଛନ୍ତି ସଂପୃକ୍ତ ବ୍ୟକ୍ତି। ଏବେ ବାଣ ଭିଡି ଘରେ ରଖିଥିବା ବେଳେ ପୋଲସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୁଣାତିଗିରିଆର ଶରତ ସ୍ବାଇଁ । ତାଙ୍କ ଠାରୁ ୨ ଲକ୍ଷ ଟଙ୍କାର ବାଣ ପୋଲିସ ଜବତ କରିଛି।
କଟକ ତିଗିରିଆ ଥାନା ପୁରୁଣା ତିଗିରିଆରେ ଦୀର୍ଘ ବର୍ଷଧରି ବେଆଇନ ଚୋରା ବାଣ ତିଆରି ଚାଲିଛି । ତିଗିରିଆ ପୋଲିସ ପକ୍ଷରୁ ପୁରୁଣା ତିଗିରିଆ ଗାଁରେ ଚଢାଉ କରାଯାଇଥିଲା। ସେଠାରୁ ବିପୁଳ ପରିମାଣରେ ବାଣ ଜବତ କରିବା ସହ ପୁରୁଣାତି ଗିରିଆର ଶରତ ସ୍ବାଇଁଙ୍କୁ ପୋଲିସ ଗିରଫ କରିଛି । ଜବତ ବାଣର ମୂଲ୍ୟ ଆନୁମାନିକ ୨ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ଗାଁ ରେ ଖୁଲମ ଖୋଲା ବେଆଇନ ବାଣ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଥିଲା ।ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣ ପରେ ତିଗିରିଆ ପୋଲିସ ପକ୍ଷରୁ ଜୋରଦାର ଚଢାଉ କରିଛି।