ପ୍ରମୂଖ ଖବର
  • ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ତାରାବାହିନୀ ପତି ଉପରୁ ନିଲମ୍ବନ ହଟିବା ନେଇ ଆଲୋଚନା
  • ||
  • ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ
  • ||
  • ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା
  • ||
  • କଟକ : ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ
  • ||
  • ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ, ମହାକାଶରୁ ସୁନୀତା ୱିଲିୟମ୍ସ, ୱିଲମୋର ବୁଚଙ୍କର ଫେରିବା ହେବ ବିଳମ୍ବ
  • ||
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ
  • ||
  • ବାଲେଶ୍ୱର : ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ
  • ||
  • ଉତ୍ତରାଖଣ୍ଡ ଡେରାଡୁନରେ ହିଟି ଆଣ୍ଡ ରନ୍‌, କାର ଧକ୍କାରେ ୪ ଶ୍ରମିକଙ୍କ ଚାଲିଗଲା ଜୀବନ, ୨ ଜଣ ଗୁରୁତର
  • ||
  • ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ
  • ||
  • ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ
  • ||
  • ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !
  • ||

ଚଢାଉ ପାଇଁ ଆସିଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ଆକ୍ରମଣ ଘଟଣା, ୩ ଗିରଫ

Published By : Harapriya Sethi | December 20, 2024 10:30 AM

ଆଠଗଡ଼,୨୦/୧୨: ଚୋରା ଗଞ୍ଜେଇ କାରବାରର ଖବର ପାଇ ଚଢାଉ ପାଇଁ ଭୁବନେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ସ୍କ୍ୱାର୍ଡକୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣା । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତିଗିରିଆ ଥାନା ପୋଲିସ । ଗିପଫ ହୋଇଥିବା ୩ ଜଣ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମର ସିଦ୍ଦିକ୍ ଅହମ୍ମଦ ଖାନ୍, ମହମ୍ମଦ ତୟବ ଏବଂ କନ୍ଧମାଳ ଅଞ୍ଚଳର ମହିଳା ତପସ୍ଵିନୀ ଦିଗଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଚଳିତ ମାସ ୧୮ ତାରିଖ ଅର୍ଥାତ ବୁଧବାରରେ ପୋଲିସର କ ସ୍ଵତନ୍ତ୍ର ଦଳ ଏହି ଥାନା ଅନ୍ତର୍ଗତ ନୂଆପାଟଣା ଡାକ ଘର ପଛପଟରେ ଥିବା ଏକ ଦୁଇ ମହଲା ଘରେ ଚଡାଉ କରିଥିଲେ । ଏହି ସମୟରେ ଉକ୍ତ ଘରେ ଥିବା ଗଞ୍ଜେଇ ଚାଲାଣକାରୀ ମାଫିଆ ମାନେ ପୋଲିସକୁ ଆକ୍ରମଣ କରିଥିଲେ । ଏହାରି ଭିତରେ ଆକ୍ରମଣାତ୍ମକ ଆଚରଣରେ ଉଭୟ ପୋଲିସ ଓ ଦଲାଲଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଅନ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଦୁଇ ଜଣ ଯୁବକ ଏବଂ ଜଣେ ମହିଳାଙ୍କୁ ଗରଫ କରିଛି ପୋଲିସ । ପଙ୍କାଳ ଗ୍ରାମର ସିଦ୍ଦିକ୍ ଅହମ୍ମଦ ଖାନ୍, ମହମ୍ମଦ ତୟବ ଏବଂ କନ୍ଧମାଳ ଅଞ୍ଚଳର ମହିଳା ତପସ୍ଵିନୀ ଦିଗଲକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଆଉ କେତେକ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାରୁ ସେଠାରୁ କୌଣସି ନିଶା ସାମଗ୍ରୀ ଜବତ ହୋଇନଥିବା ଜଣାପଡିଛି । ଚୋରା ନିଶା କାରବାରରେ ସମ୍ପୃକ୍ତ ଏବଂ ଚଢାଉ ବେଳେ ଫେରାର ହୋଇଥିବା ଦଲାଲଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବା ସହିତ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଠଗଡ଼ ଏସଡିପି ଓ ରବିନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.