ଭୁବନେଶ୍ଵର, ୦୮/୦୩ : ମହାନଦୀ ପଠାରୁ ବାଲି ଉଠାଉଥିବା ବେଳେ ପୋଲିସକୁ ଡ଼ରି ନଦୀକୁ ଡେଇଁପଡ଼ିଲେ ୪ ଯୁବକ। ତିନି ଉଦ୍ଧାର ଜଣେ ନିଖୋଜ। ଜଗତପୁର ଥାନା ଅଧୀନ ବରଗୋଡ଼ିଆ ମହାନଦୀ ପଠାରେ ଏହି ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁଯାୟୀ, ଜଗତପୁର ଥାନା ଅଧୀନ ବାରଗଡିଆ ମହାନଦୀ ପଠାରେ ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ବାଲି ଉଠାଉଥିଲେ। ଏହି ସମୟରେ ଖଣି ବିଭାଗ ଏବଂ ପୋଲିସ ଚଢାଉ କରିଥିଲା। ଭୟରେ ଚାରି ଜଣ ଯୁବକ ନଦୀକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଯୁବକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ଯୁବକଙ୍କ କୌଣସି ପତ୍ତା ମିଳିନାହିଁ। ଯୁବକ ଜଣକ ହେଉଛନ୍ତି ଜଗତପୁର ପୂର୍ବକଛର ସେକ୍ ତଲିମ୍ (୨୬ ବର୍ଷ)। ଏହି ସବୁ ଯୁବକମାନେ ଟ୍ରାକ୍ଟରରେ ଲେବର ଭାବେ କାର୍ଯ୍ୟ କରୁଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଦାୟୀ କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଭଡ଼ା ଘରୁ ମୃତଦେହ ଉଦ୍ଧାର, ସ୍ତ୍ରୀ ଫେରାର୍... ହତ୍ୟା ଅଭିଯୋଗ ଆଣିଲେ ଶାଶୁଘର