ଭୁବନେଶ୍ୱର, ୦୯/୦୩: ମାହାଙ୍ଗାରେ ଘଟିଛି ଅଭାବନୀୟ ଘଟଣା । ବିଶ୍ଵ ମହିଳା ଦିବସରେ ମହିଳା ସମିତି ସଭ୍ୟାଙ୍କୁ ଦୃର୍ବୁତ୍ତ ମାନେ ଘରେ ପଶି ଆକ୍ରମଣ କରିଛନ୍ତି । ଖୋଦ୍ ବିଧାୟକଙ୍କ ନିଜସ୍ଵ ପଞ୍ଚାୟତର ସମିତି ସଭ୍ୟାଙ୍କୁ ଆକ୍ରମଣ କରିଛନ୍ତି ବିଧାୟକଙ୍କ ସମର୍ଥକ । ଏହା ସହ ତାଙ୍କ ମୋବାଇଲ ଭାଙ୍ଗି ଘରେ ପଶି ମାଡ଼ ମାରିଛନ୍ତି ୪ ଜଣ ବ୍ୟକ୍ତି । ଏନେଇ ମାହାଙ୍ଗା ବ୍ଲକ୍ ପୋଡ଼ାମରାଇ ପଞ୍ଚାୟତର ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ସାହୁ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ବିଜେଡିର ଏକ ପ୍ରତିବାଦ ସଭାକୁ କିଛି ମହିଳା ମାନକୁ ସାଙ୍ଗରେ ଧରି ଯାଇଥିଲେ ସୋନାଲି ପ୍ରିୟଦର୍ଶିନୀ ସାହୁ । ଏହା ପରେ ବିଧାୟକଙ୍କ ସମର୍ଥକ ମାନେ ସେମାନଙ୍କ ସୁଭଦ୍ରା ପଇସା କାଟି ଦେବେ ବୋଲି କହିବାରୁ ସୋନାଲି କହିଥିଲେ, କି କିଛି ହେବନି,ସେମାନେ ମିଛ କହୁଛନ୍ତି । ଏହା ପରେ ଘରେ କେହି ନଥିବା ବେଳେ ସମିତି ସଭ୍ୟାଙ୍କ ଘରେ ପଶି ଆକ୍ରମଣ କରିଥିଲେ ୪ ଜଣ ଯୁବକ । ଏହା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ ମାହାଙ୍ଗା ମେଡିକାଲକୁ ପଠା ଯାଇଥିଲା । ଏହା ପରେ ଘଟଣାସ୍ଥଳରେ ସାଲେପୁର ଏସଡିପିଓ ସମେତ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀକୁ ତୁରନ୍ତ ଗିରଫ କରିବା ସହିତ ତାଙ୍କୁ ନ୍ୟାୟ ଦରକାର ବୋଲି ମହିଳା ଜଣକ କହିଛନ୍ତି । ଯଦି ଜଣେ ମହିଳା ସମିତି ସଭ୍ୟା ହୋଇ ଖୋଦ୍ ବିଧାୟକଙ୍କ ପଞ୍ଚାୟତରେ ସୁରକ୍ଷିତ ନୁହନ୍ତି, ତାହେଲେ ରାଜ୍ୟରେ ନାରୀଙ୍କୁ ସରକାର କି ପ୍ରକାର ସୁରକ୍ଷା ଦେବେ ବୋଲି ସୋନାଲି ପ୍ରିୟଦର୍ଶିନୀ କହିଛନ୍ତି।