ଭୁବନେଶ୍ୱର, ୦୯/୦୩: ୨୪ ଘଣ୍ଟା ପରେ ମହାନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣକ ଶେଖ୍ ତାଲିମ ବୋଲି ଜଣପଡ଼ିଛି । ସ୍ଥାନୀୟଲୋକେ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ ପକ୍ଷରୁ ଖୋଜା ଖୋଜି ପରେ ରବିବାର ସକାଳୁ ମହାନଦୀରୁ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ମପତାବକ, ଜଗତପୁର ଥାନା ଅଧୀନ ବାରଗଡିଆ ମହାନଦୀ ପଠାରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଯୁବକ ବାଲି ଉଠାଉଥିଲେ। ଏହି ସମୟରେ ଖଣି ବିଭାଗ ଏବଂ ପୋଲିସ ଚଢାଉ କରିଥିଲା। ଭୟରେ ଚାରି ଜଣ ଯୁବକ ନଦୀକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଯୁବକ ନିଖୋଜ ଥିଲେ । ରବିବାର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।