ଆଠଗଡ଼, ୧୮/୧୨: କଟକ ଅବକାରୀ ଭ୍ରାମ୍ୟମାଣ ଦଳ ଏବଂ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ । ଏହି ଚଢାଉରେ ୨୪୫୦ ଲିଟର ଚୋରା ଦେଶୀ ରନ୍ଧା ମଦ ଏବଂ ୨୫,୨୦୦ ଲିଟର ଗୁଡ ପୋଚ ଜବତ କରାଯାଇ ନଷ୍ଟ କରିଛି ଅବକାରୀ ବିଭାଗ । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହି ରେଡ୍ ହୋଇଛି ।
ସୂଚନା ମୁତାବକ, ଆଠଗଡ଼ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ ପୂର୍ବରୁ ଖବର ପାଇଥିଲା ଅବକାରୀ ବିଭାଗ । ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଏବଂ ପଣସପାଟଣାରେ ଚଢାଉ ହୋଇଥିଲା । ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବରେ ସ୍ଥାନୀୟ ତହସିଲଦାଙ୍କ ସହିତ ୧୨ରୁ ଉର୍ଦ୍ଧ୍ୱ ବିଭାଗୀୟ ଅଧିକାରୀ ଏହି ଚଢ଼ାଉରେ ସାମିଲ ଥିଲେ । ଏହି ଚଢାଉରେ ୨୪୫୦ ଲିଟର ଚୋରା ଦେଶୀ ରନ୍ଧା ମଦ ଏବଂ ୨୫,୨୦୦ ଲିଟର ଗୁଡ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । ଏ ବାବଦରେ ୧୧ ଟି ମାମଲା ରୁଜୁ କରା ଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।