କଟକ, ୧୯।୧୨ : ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଗୁରୁବାର ଶୁଣାଣି ହୋଇଛି। ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନ ନୂଆ ବିଲଡିଂ। ହାଇକୋର୍ଟଙ୍କୁ ଅବଗତ କରାଇଲେ ସ୍ୱାସ୍ଥ୍ୟ ସଚିବ। ଫାୟାର ସେଫଟି ସାର୍ଟିଫିକେଟ ମିଳିବା ମାତ୍ରେ କାର୍ଯ୍ୟକ୍ଷମ ହେବ ନୂଆ ବିଲଡିଂ ବୋଲି ସ୍ବାସ୍ଥ୍ୟ ସଚିବ ଜଣାଇଛନ୍ତି।
ସେହିପରି ଏସସିବି ମେଡ଼ିକାଲରେ ଡାକ୍ତର ପଦବୀ ପୂରଣ ହେବ। ସେ ନେଇ ବିଭାଗୀୟ ପଦକ୍ଷେପ ନିଆଯାଉଛି ବୋଲି ହାଇକୋର୍ଟଙ୍କୁ ଅବଗତ କଲେ ସ୍ୱାସ୍ଥ୍ୟ ସଚିବ।