କଟକ ୧୭/୧୨: ମହାନଦୀ ଯୋବ୍ରା ଆନିକଟରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ। ଯୋବ୍ରା ଆନିକଟ ୯୩ ଗେଟ ନିକଟରୁ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ(୭୮) ବୋଲି ଜଣାପଡିଛି। ମାଲଗୋଦାମ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପଠାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାଇ, ରବିବାର ଅର୍ଥାତ ୧୫ ତାରିଖରେ ପ୍ରଫେସର ବୈଷ୍ଣବ ଚରଣ ସିଂ ନିଖୋଜ ନେଇ ନନ୍ଦନକାନନ ଥାନରେ ଅଭିଯୋଗ କରିଥିଲେ ପରିବାରଲୋକ। ଆଜି ସକାଳୁ ଶ୍ରୀବୈଷ୍ଣବଙ୍କ ମୃତଦେହ ଯୋବ୍ରା ୯୩ ଗେଟ୍ ନିକଟରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟଲୋକ ପୋଲିସ ଓ ଅଗ୍ନିଶମ ବାହିନୀ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ନଦୀ ଭିତରୁ ମୃତଦେହ ଉଦ୍ଧାର କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ଏସିସିବି ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।