ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ଜଙ୍ଗଲରୁ ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ଜବତ, ସମସ୍ତ ଅଭିଯୁକ୍ତ ଫେରାର

Published By : Harapriya Sethi | December 16, 2024 10:18 AM

ଆଠଗଡ଼, ୧୬/୧୨: କଟକ ପ୍ଲାଇଁ ସ୍କ୍ୱାର୍ଡ ଏବଂ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ବଡ଼ ଧରଣର ଚଢାଉ । ଡ଼ାଳୁଆ ଓ ଖଣ୍ଡୁଆଳି ଗ୍ରାମର ଚାରିପାଖରେ ଥିବା ସଂରକ୍ଷିତ ଜଙ୍ଗଲରରେ ଚଢ଼ାଉ କରି ଚୋରା ଦେଶୀ ମଦ ପ୍ରସ୍ତୁତ ପାଇଁ ଗଚ୍ଛିତ ଥିବା ୧୧,୭୬୦ ଲିଟର ପୋଚ ସହିତ ୧୭୫୦ ଲିଟର ଦେଶୀ ମଦ ଜବତ କରାଯାଇଛି । ସମସ୍ତ ସାମଗ୍ରୀ ଜବତ କରି ନଷ୍ଟ କରିଛି ଅବକାରୀ ବିଭାଗ । ସମସ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଡ଼ାଳୁଆ ଓ ଖଣ୍ଡୁଆଳି ଗ୍ରାମର ଚତୁପାର୍ଶ୍ଵର ଥିବା ସଂରକ୍ଷିତ ଜଙ୍ଗଲରରେ ଚୋରା ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ ଅବକାରୀ ବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଆଠଗଡ ଅବକାରୀ ବିଭାଗ ଏବଂ କଟକ ପ୍ଲାଇଁ ସ୍କ୍ୱାର୍ଡ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ଏହି ଚଢ଼ାଉରେ ଆଠଗଡ଼ ଅବକାରୀ ଡେପୁଟି ସୁପରିଟେଣ୍ଡଣ୍ଟ  ନିମାଇ ଚରଣ ସିଂଙ୍କ ସମେତ ୧୦ରୁ ଉର୍ଦ୍ଧ୍ୱ ଅଧିକାରୀ ସାମିଲ ଥିଲେ । ଜଙ୍ଗଲରେ ଚଢାଉ କରି ଦେଶୀ ମଦ ପ୍ରସ୍ତୁତ ପାଇଁ ଗଚ୍ଛିତ ଥିବା ୧୧୭୬୦ ଲିଟର ପୋଚ ସହିତ ୧୭୫୦ ଲିଟର ଦେଶୀ ମଦ ଜବତ କରାଯାଇଛି । ସମସ୍ତ ସାମଗ୍ରୀକୁ ନଷ୍ଟ କରିଦିଆଯାଇଛି । ତେବେ ଖୁଣ୍ଟୁଣୀ ଡ଼ାଳୁଆ ଓ ଖଣ୍ଡୁଆଳି ଅଞ୍ଚଳରେ ଅନେକ ଥର ଚଢାଉ ସତ୍ତ୍ୱେ  ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ଅବକାରୀ ବିଭାଗ। 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.