ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅଲିମ୍ପିକ୍ସ ୨୦୨୪: ତୀରନ୍ଦାଜୀରେ ୩୬ ବର୍ଷ ହେଲା ମେଡାଲ୍‌ ମରୁଡ଼ି, ଏଥର ମିଳିବ କି ଖୁସି ଖବର ?

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ । ଏଥର ୬ ଭାରତୀୟ ତୀରନ୍ଦାଜ ଅଲିମ୍ପିକ୍ସରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୀପିକା କୁମାରୀ, ଅଙ୍କିତା ଭଗତ ଏବଂ ତରୁଣଦୀପ ରାୟ ସାମିଲ ହୋଇଛନ୍ତି । ଏହି ସବୁ ଆଥଲେଟଙ୍କ ପାଖରୁ ଉଭୟ ଏକକ ଏବଂ ଡବଲ୍ସରେ ମେଡାଲ ଜିତିବା ଲାଗି ଆଶା ରହିବ । କିନ୍ତୁ ଏହି ଧୁନୁ ଚାଳନା ଖେଳରେ ଭାରତର ଇତିହାସ କେବେ ବି ଭଲ ନାହିଁ । ତୀରନ୍ଦାଜୀରେ କୌଣସି ଭାରତୀୟ ଆଥଲେଟ୍‌ ପଦକ ହାସଲ କରିପାରି ନାହାନ୍ତି ।

ଅଲିମ୍ପିକ୍ସରେ ୧୯୯୦ରେ ତୀରନ୍ଦାଜୀକୁ ସାମିଲ କରାଯାଇଥିଲା । ହେଲେ ଭାରତୀୟ ତୀରନ୍ଦାଜ ୧୯୮୮ରେ ଅଲିମ୍ପିକ୍ସରେ ଡେବ୍ୟୁ କରିଥିଲେ । ଏହା ପରେ ସମସ୍ତ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ପ୍ରଦର୍ଶନ କରିଆସିଛନ୍ତି । କିନ୍ତୁ କେବେ ମେଡାଲ ମିଳିପାରି ନାହିଁ  ।  ୨୦୨୪ ଅଲିମ୍ପିକ୍ସରେ ହୁଏତ ଏହି ଆଶା ପୂରଣ ହୋଇପାରେ । ତୀରନ୍ଦାଜୀ ପ୍ରତିଯୋଗୀତା  ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୪ ସୁଦ୍ଧା ସିଙ୍ଗଲ ଓ ଡବଲ୍ସ କ୍ୟାଟେଗୋରିର ସବୁ ପ୍ରତିଯୋଗୀତା ସମାପ୍ତ ହେବ ।  

ତୀରନ୍ଦାଜୀରେ ଭାରତୀୟ ଆଥଲେଟ୍‌ ଫାଇନାଲ୍‌ ତ ଦୂରର କଥା ସେମିଫାଇନାଲରେ ପ୍ରବେଶ କରିପାରି ନାହାନ୍ତି । ୨୦୦୮ ବେଜିଂ ଅଲିମ୍ପିକ୍ସ ଏବଂ ୨୦୧୬ ଅଲିମ୍ପିକ୍ସରେ ମହିଳା ଟିମ୍‌ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଟିମ୍‌, ମିକ୍ସଡ୍‌ ଟିମ୍‌ ଏବଂ ମହିଳା ଏକକରେ ଭାରତ ପକ୍ଷରୁ ଦୀପିକା କୁମାରୀ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ । 

ସେମାନଙ୍କ ବ୍ୟତୀତ ଭାରତର କୌଣସି ତୀରନ୍ଦାଜ ଅଲିମ୍ପିକ୍ସର କ୍ବାଟର ଫାଇନାଲରେ ବି ପ୍ରବେଶ କରିନାହାନ୍ତି । ମହିଳା ତୀରନ୍ଦାଜ ଦୀପିକା କୁମାରୀ, ଅଙ୍କିତା ଭଗତ ଏବଂ ଭଜନ କୌର ଉଭୟ ଏକକ ଏବଂ ଡବଲ୍ସରେ ଭାରତର ପ୍ରତିନିଧିତ୍ବ କରିବେ । ପୁରୁଷ ଆଥଲେଟ ତରୁଣଦୀପ ରାୟ, ଧୀରଜ ବୋମ୍ମାଦେବାରା ଏବଂ ପ୍ରବୀଣ ଯାଦବଙ୍କୁ ତୀରନ୍ଦାଜୀ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । 

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.