ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପରିଣତ ବୟସରେ ମଧ୍ୟ୍ୟ ଦମ୍ପତିଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା; ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନାହିଁ ପ୍ରଶାସନ

Published By : Bijay Swain | February 7, 2025 7:39 PM

ଫିରିଙ୍ଗିଆ,୦୭/୦୨: ବୟସର ଅପରାହ୍ନରେ ପହଂଚିଥିଲେ ମଧ୍ୟ୍ୟ ଦମ୍ପତିଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତାI ଭତ୍ତା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଦଉଡିଦଉଡି ନୟାନ୍ତ ହେଲେଣି ସିନା କିନ୍ତୁ ଏହି ବୃଦ୍ଧ ଦମ୍ପତିଙ୍କ ଭତ୍ତା ହେଇପାରୁନାହିଁ I ରାଜ୍ୟ ସରକାର ଅସହାୟ ବୃଦ୍ଧ, ବିଧବା, ସ୍ୱାମୀ ପରିତ୍ୟକ୍ତା, ଭିନ୍ନକ୍ଷମ ମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା କରିଛନ୍ତିI କିନ୍ତୁ ଏହି ବୃଦ୍ଧ ଦମ୍ପତିଙ୍କୁ ଦେଖିଲେ ସତେ ଯେପରି ଲାଗୁଛି ସରକାରଙ୍କ ଏହି ଭତ୍ତା ଯୋଜନା କୋଉଠି ନା କୋଉଠି ଫେଲ ମାରିଛିI 

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡୀଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ବାନ୍ଦାଡଣି ମୁଣ୍ଡାସରୁ ଗାଁ ରେI ତେବେ ଏହି ଗାଁ ର ଶନି ଦିଗାଳ ଓ ତାଙ୍କ ସ୍ତ୍ରୀ  ଅଶୀନି ଦିଗାଳ ନିଜ ପରିବାର ସହ ଗାଁରେ ରହି ଆସୁଛନ୍ତିI ବୃଦ୍ଧ ଶନିଙ୍କ ବୟସ ପାଖାପାଖି ୭୫ ବର୍ଷ ହେଇଥିବା ବେଳେ ତାଙ୍କ ସ୍ତ୍ରୀ ଅଶୀନିଙ୍କ ବୟସ ପାଖାପାଖି ୬୫ ବର୍ଷ ହେବI  ଭତ୍ତା ପାଇବାର ବୟସ ହେବା ପରେ ମଧ୍ୟ ଉଭୟ ଦମ୍ପତି ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା। ଭତ୍ତା ପାଇଁ ବହୁବାର ଆବେଦନ କଲେ ମଧ୍ୟ୍ୟ ଭତ୍ତା ମିଳିପାରୁନାହିଁI ସେପଟେ ବୃଦ୍ଧଙ୍କ ଭତ୍ତା ପାଇବାର ବୟସ ହୋଇସାରିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଭତ୍ତା ପାଇବାର ବୟସ ହୋଇଥିଲେ ମଧ୍ୟ୍ୟ  ଆଧାରକାର୍ଡ ଅନୁଯାୟୀ ବୟସ ହେଉନଥିବାରୁ ଭତ୍ତାପାଇବାରୁ ଉଭୟେ ବଞ୍ଚିତ  ହୋଇ ରହିଛନ୍ତିI 

ପୁଅ ଝିଅ ମାନଙ୍କୁ ବାହା ସହା କରିବା ପରେ ସମସ୍ତେ ଅଲଗା ଅଲଗା ରହୁଥିବାରୁ  ଉଭୟ ବୃଦ୍ଧ ଦମ୍ପତି ଏକ ଝାଟିମାଟି ଘରେ ରହି ଆସୁଛନ୍ତିI ବର୍ତ୍ତମାନ କେବଳ ସରକାରଙ୍କ ତରଫରୁ ଉଭୟଙ୍କୁ ମିଳୁଛି ଦଶ କିଲୋ ଚାଉଳI ସେପଟେ ଭତ୍ତା ମିଳୁନଥିବାରୁ ପେଟ ଚାଖଣ୍ଡେ ପାଇଁ ଏହି ବୁଢା ବୟସରେ ମଧ୍ୟ୍ୟ ମୁଲ ଲାଗିବା ପାଇଁ ବାଧ୍ୟ ହେଉଛନ୍ତି ଶନିI 

ତେବେ ପ୍ରଶାସନ ଏହି ବୃଦ୍ଧ ଦମ୍ପତିଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରିବା ଜରୁରୀ ହୋଇପଡିଥିବା ବେଳେ ସେମାନଙ୍କୁ ଭତ୍ତା ଯୋଗାଇଦେବା ପାଇଁ ପାଖ ପଡୋଶୀଙ୍କ ସହ ଗ୍ରାମବାସୀମାନେ ମଧ୍ୟ ଦାବି କରିଛନ୍ତିI ସେପଟେ ପଞ୍ଚାୟତରେ ଭତ୍ତା ବାଣ୍ଟିବା ଦାୟିତ୍ୱରେ ଥିବା ଫିରିଙ୍ଗିଆ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠଙ୍କୁ ପଚାରିବାରୁ ମୋ ପାଖରେ ଏନେଇ କୌଣସି ସୂଚନା ନାହିଁ ଯଦି ସୂଚନା ଆସେ ଦମ୍ପତି ଭତ୍ତା ଦେବାପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.