ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ମାସିକ ଦରମା ୧୨ ହଜାର, ଆକାଉଣ୍ଟରେ ୧୨ ଟଙ୍କା... ତଥାପି ଆସିଲା ୩୬ କୋଟି ଟଙ୍କାର ନୋଟିସ୍

Published By : Prameya | April 10, 2025 4:13 PM

ନୂଆଦିଲ୍ଲୀ,୧୦।୪: ମାସକୁ ରୋଜଗାର ମାତ୍ର ୧୨ ହଜାର। ହେଲେ ଆସିଲା  ୩୬ କୋଟି ଟଙ୍କାର ଆୟକର ନୋଟିସ୍। ଏଭଳି ଏକ ଘଟଣା ଗୁଜରାଟୁ ଆସିଛି। ସାବରକାଣ୍ଠା ଜିଲ୍ଲା ଅନ୍ତର୍ଗତ ରତନପୁର ଗାଁରେ ରହୁଥିବା ଜଣେ ବ୍ୟକ୍ତିକୁ ଆସିଛି ଆୟକର ବିଭାଗର ନୋଟିସ୍। ବ୍ୟକ୍ତିଜଣକ ଅଫିସ ବୟ ଭାବରେ କାମ କରନ୍ତି। ଏବେ ଆକାଉଣ୍ଟରେ ତାଙ୍କର ରହିଛି ମାତ୍ର ୧୨ ଟଙ୍କା। 

‌ପ୍ରାଇଭେଟ୍ କମ୍ପାନୀରେ ଅଫିସ ବୟ ଭାବରେ କରନ୍ତି କାମ। ହେଲେ ଆୟକର ବିଭାଗରୁ ଆସିଲା ୩୬ କୋଟି ଟଙ୍କାର ନୋଟିସ୍। ୟାକୁ ଦେଖି ଚିନ୍ତାରେ ପଡିଗଲେ ଜିତେଶ କୁମାର ମକଓ୍ବାନା। ତାଙ୍କର କହିବା ବ୍ୟକ୍ତିଙ୍କ କହିବା ଅନୁସାରେ ମୋ ବ୍ୟାଙ୍କ ଖାତାରେ ଅଛି ମାତ୍ର ୧୨ ଟଙ୍କା। ହେଲେ ମୋତେ ନୋଟିସ୍ ଆସିଛି ୩୬ କୋଟି ଟଙ୍କାର। ନୋଟିସ୍ ପାଇବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏନେଇ ଜିତେଶ ସ୍ଥାନୀୟ ପୋଲିସ ଷ୍ଟେସନ୍‌ରେ ଯୋଗାଯୋଗ କରିଛନ୍ତି। ଯାହାକୁ ଏବେ ସାଇବର ୟୁନିଟ୍ ନିକଟକୁ ପଠାଇ ଦିଆଯାଇଛି। ସାଇବର ୟୁନିଟ୍ ତାଙ୍କୁ ଜିଏସ୍‌ଟି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି। 

ଜିତେଶଙ୍କ କହିବା ଅନୁସାରେ, ମୋତେ ଆରମ୍ଭରୁ ଲାଗୁଥିଲା ଭୁଲରେ ଆସିଛି। କିନ୍ତୁ ପରେ ଜଣା ପଡିଥିଲା ଏହା ସତ। କୁହାଯାଉଛି ଯେ, ଜିତେଶଙ୍କ ପରମାନେଣ୍ଟ ଆକାଉଣ୍ଟ ନମ୍ବରର ବ୍ୟବହାର ଜିଏସ୍‌ଟି ଫାଇଲିଂର ଠକେଇ ପାଇଁ କରାଯାଇଥିଲା। ଆୟକର ବିଭାଗର ଜଣେ ଅଧିକାରୀ କହିଛନ୍ତି ଜିଏସ୍‌ଟି ବିଭାଗ ହାଇ ଭ୍ୟାଲୁ ଲେଣଦେଣକୁ ହୋଇଥିବା ଜାଣିବାକୁ ପାଇଛି। ଏହା ବିରୋଧରେ ଯାଞ୍ଚ ଜାରି ରହିଛି। ଏହା ବିଲିଂ ଠକେଇ ମାମଲା ହୋଇପାରେ, ଯେଉଁଥିରେ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ସୂଚନା ଦିଆନଯାଇ ତା’ର ବ୍ୟାଙ୍କ ଓ ବ୍ୟକ୍ତିଗତ ଡିଟେଲକ୍ସର ଦୁରୁପଯୋଗ କରାଯାଇଥାଏ। ୫ ଜଣ ପରିବାରରେ ଜିତେଶ ଏକା ରୋଜଗାର କରନ୍ତି। ସେ କହିଛନ୍ତି, ଷ୍ଟେଟମେଣ୍ଟର ଯାଞ୍ଚ କରିଥିଲେ। ହେଲେ ସେଥିରେ ସେଭଳି କିଛି ଅସ୍ବାଭାବିକ ଲାଗି ନଥିଲା। ଆୟକର ଅଧିନିୟମର ଧାରା ୧୪୮(୧) ଅନୁସାରେ, ତାଙ୍କୁ ୨୯ ମାର୍ଚ୍ଚରେ ନୋଟିସ୍ ଜାରି କରାଯାଇଥିଲା।  ତାଙ୍କ ଉପରେ ୨୦୨୦-୨୧ ବେଳେ ୩୬,୦୩,୫୮,୯୧୫ ଅର୍ଥ ଲେଣଦେଣକୁ ଲୁଚାଇଥିବାର ଅଭିଯୋଗ ଲଗାଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.