ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

UNESCO ମେମୋରି ଅଫ୍ ୱାର୍ଲ୍ଡରେ ସ୍ଥାନ ପାଇଲା ଭଗବତ ଗୀତା, ଗର୍ବିତ ମୁହୂର୍ତ୍ତ କହିଲେ ପ୍ରଧାନମନ୍ତ୍ରୀ

Published By : Ankita S | April 18, 2025 1:08 PM

ନୂଆଦିଲ୍ଲୀ,୧୮/୦୪: ୟୁନେସ୍କୋ ବି ବୁଝିପାରିଲା ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରର ମହତ୍ତ୍ୱ । ୟୁନେସ୍କୋରେ ସ୍ଥାନ ପାଇଲା ଭଗବତ ଗୀତା । ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହୋଇଛି ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନୀଙ୍କ ନାଟ୍ୟଶାସ୍ତ୍ର । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଏହି ଉପଲବ୍ଧି ନେଇ ଖୁସିବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ । ଏହି ରେଜିଷ୍ଟର ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜକୁ ସଂରକ୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସ୍ଥାନ ମିଳିଥିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, 'ଭାରତୀୟ ସଭ୍ୟତା ଓ ଐତିହ୍ୟ ପାଇଁ ଐତିହାସିକ ଦିନ ।'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି, ଦେଶବାସୀଙ୍କୁ ଶୁଭେଚ୍ଛା । ଭାରତୀୟଙ୍କ ପାଇଁ ଆଜି ଗର୍ବର ମୁହୂର୍ତ୍ତ । ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି । ଏପରି କରାଯିବା ଅନନ୍ତ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତି ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ମିଳିବା ସହ ସମାନ ।''

ଅଧିକ ପଢନ୍ତୁ...ବୁଲେଟ୍‌ ବେଗରେ ବଢ଼ୁଛି ଭାରତର ଅର୍ଥନୀତି; ତିନି ବର୍ଷରେ ଜର୍ମାନୀ ଓ ଜାପାନକୁ ପଛରେ ପକାଇବ ଭାରତର ଅର୍ଥବ୍ୟବସ୍ଥା

କହି ରଖୁଛୁ କି, ମେମୋରି ଅଫ୍ ୱାର୍ଲ୍ଡ ରେଜିଷ୍ଟରରେ ଦୁନିଆ ପାଇଁ ଉପଯୋଗୀ ଏବଂ ବୈଶ୍ୱିକ ସ୍ତରରେ ଦସ୍ତାବିଜକୁ ସାମିଲ କରାଯାଏ । ଅନ୍ତର୍ଜାତୀୟ ଆଡାଭାଇଜରୀ କମିଟିର ଅନୁମୋଦନ ପରେ ଏଥିରେ କୌଣସି ଦସ୍ତାବିଜକୁ ସାମିଲ କରାଯାଇଥାଏ । ଏଥିରେ ଦସ୍ତାବିଜର ମହତ୍ତ୍ୱ ବିଷୟରେ ଜଣାପଡିଥାଏ । ଏହାର ସୁରକ୍ଷା ନେଇ ମଧ୍ୟ କାମ କରାଯାଇଥାଏ । ୨୦୨୩ ମେରୁ ଏବେ ଯାଏଁ ୪୯୪ ଅଭିଲେଖ ୟୁନେସ୍କୋରେ ସାମିଲ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.