ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍, ୫ ଟୋଲ୍‌ ଗେଟ୍‌ରେ ମୁମ୍ଵାଇକୁ ଫ୍ରି ଏଣ୍ଟ୍ରି

ମୁମ୍ଵାଇ, ୧୪/୧୦ : ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ମୁମ୍ଵାଇକୁ ମିଳିବ ଫ୍ରି ଏଣ୍ଟ୍ରି। ମୁମ୍ଵାଇକୁ ଏଣ୍ଟ୍ରି କରିବାକୁ ଥିବା ୫ଟି ଟୋଲ୍‌ ଗେଟ୍‌ରେ ହାଲୁକା ଯାନର ଟୋଲ୍ ଫି ଛାଡ଼ କଲେ ସରକାର। ଏହି ନିୟମ ସୋମବାର ରାତି ୧୨ଟାରୁ ଲାଗୁ କରାଯିବ। ସିନ୍ଦେ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଘୋଷଣା ପରେ ଦହିସର, ମୁଲୁଣ୍ଡ, ୱାଶି, ଏରୋଲି ଏବଂ ଆନନ୍ଦନଗର ଟୋଲ୍ ଗେଟ୍‌ରେ ପ୍ରବେଶ ଶୁକ୍ଳ ଛାଡ଼ କରାଯିବ। ଏହି ସବୁ ଟୋଲ୍ ଗେଟ୍‌ରେ ହାଲୁକା ଯାନ ଗୁଡ଼ିକ ବିନା ପ୍ରବେଶ ଶୁକ୍ଳରେ ଯାଇପାରିବେ। 

ସୂଚନାନୁଯାୟୀ, ଖୁବ୍‌ଶୀଘ୍ର ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବ। ଏହା ପୂର୍ବରୁ ଏକନାଥ ସିନ୍ଦେଙ୍କ ସରକାର ଜନତାଙ୍କୁ ଆକର୍ଷିତ କରିବାକୁ ବଡ଼ ଘୋଷଣା କରିଛନ୍ତି। ମୁମ୍ଵାଇକୁ ଏଣ୍ଟ୍ରି କରିବାକୁ ଥିବା ସମସ୍ତ ଟୋଲ୍ ଗେଟ୍‌ ଗୁଡିକରେ ହାଲୁକା ଯାନ ଗୁଡିକର ପ୍ରବେଶ ଶୁକ୍ଳ ଛାଡ କରିଛନ୍ତି। ଏହାଦ୍ଵାରା ବହୁ ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଥାନେରୁ ବିଧାୟକ ଅଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଟୋଲ୍ ଫି ଛାଡ କରିବାକୁ ବହୁ ଥର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.