ଫିରିଙ୍ଗିଆ,୨୦/୦୪: ଖବର ପ୍ରସାରଣ ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଶିକୁଳି ପଦର ଗାଁ ରେ ଲଗାଯାଇଛି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର I ୭ ଦିନ ଅନ୍ଧାର ପରେ ଗ୍ରାମବାସୀ ବିଦ୍ୟୁତ ଆଲୁଅ ଦେଖିଛନ୍ତି। ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ସାହୁଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି I
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଶିକୁଳି ପଦର ଗାଁରେ ଗତ ୧୩ ତାରିଖରେ ଲଗାଣ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଟ୍ରାନ୍ସଫର୍ମର ପୋଡି ଯିବାରୁ ସମ୍ପୂର୍ଣ୍ଣ ଗ୍ରାମ ବାସୀ ଅନ୍ଧାରରେ ଥିଲେ I l ସାତ ଦିନ ହେବ ଗାଁରେ ଥିବା ସତର ଟି ପରିବାର ଅନ୍ଧାରରେ ରହି ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ l ବର୍ତ୍ତମାନ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ବଢ଼ୁଥିବାରୁ ଘରେ ରହିବା ଅସମ୍ଭବ ହେଉଥିବା ବେଳେ ପିଲା ମାନଙ୍କୁ ପାଠ ପଢ଼ାରେ ମଧ୍ୟ ଅସୁବିଧା ହେଉଥିବା ଅଭିଯୋଗ କରିଥିଲେ ଗ୍ରାମ ବାସୀ l ଟ୍ରାନ୍ସଫରମର ପୋଡିଯିବା ପରେ ଏହି ଶିକୁଳି ପଦର ଗାଁ ଏବଂ ଦଶ ନମ୍ବର ୱାର୍ଡ ର ୱାର୍ଡମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ଗ୍ରାମବାସୀ ଫୁଲବାଣୀ ଯାଇ ବିଦ୍ୟୁତ ବିଭାଗରେ ବରିଷ୍ଠ ଅଧିକାରୀ ଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ ମଧ୍ୟ କରିଥିଲେ I କିନ୍ତୁ କୌଣସି ସମାଧାନ ହୋଇ ପାରିନଥିଲା l ଗାଁରେ ପୋଡିଥିବା ଟ୍ରାନ୍ସଫରମର ତୁରନ୍ତ ମରାମତି କରି ଗାଁକୁ ବିଦ୍ୟୁତ ଯୋଗାଇବାକୁ ଗାଁର ୱାର୍ଡ ମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ପୁଷ୍ପଲତା କହଁର, ଲଳିତା କହଁର, ସୁଷମା କହଁର, ସୁଲୋଚନା କହଁର ଓ ଗ୍ରାମବାସୀ ଦାବୀ କରିଥିଲେ l ତେବେ ଏହି ଖବର ରବିବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ର ଛଅ ଘଣ୍ଟା ନପୂରୁଣୁ ଖୋଦ ବିଭାଗ ର କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ସାହୁ ତାଙ୍କ ଟିମ ସହ ଉପସ୍ଥିତ ରହି ନୂତନ ଟ୍ରାନ୍ସଫର୍ମର ଲଗାଇଥିଲେ I ଏବେ କରେଣ୍ଟ ଆସିବା ପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ରୁ ମୁକ୍ତିମିଲିଛି ବୋଲି କହିବା ସହ କାର୍ଯ୍ୟରତ ଯନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶିକୁଳିପଦର ଗ୍ରାମବାସୀ I