ପ୍ରମୂଖ ଖବର
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପାଇଁ ଶୁଭଖୁଣ୍ଟି ସ୍ଥାପନ

Published By : Harapriya Sethi | April 20, 2025 2:50 PM

ଫୁଲବାଣୀ,୨୦/୦୪: ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ ତାରିଖରୁ ମେ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା । ଏଥିପାଇଁ ଆଜି ଭୂମିପୂଜା ଓ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।

ସୂଚନା ଅନୁଯାୟୀ, ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୧୫୦ ରୁ ଉର୍ଦ୍ଧ୍ୱ ଷ୍ଟଲ୍ ସ୍ଥାପନ କରାଯିବ। ବିଭିନ୍ନ ପ୍ରତିଷ୍ଠିତ ବାଣିଜ୍ୟିକ ପ୍ରତିଷ୍ଠାନ ଯୋଗ ଦେଇ ସେମାନଙ୍କ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି କରିବେ। ଏଥିସହ ବିଭିନ୍ନ ଖାଦ୍ୟ ପଦାର୍ଥର ସ୍ୱତନ୍ତ୍ର ଷ୍ଟଲ୍ ମଧ୍ୟ ରହିବ। ପ୍ରତ୍ୟେକ ସନ୍ଧ୍ୟାରେ ଗୀତ ନାଚ ଓ କୌତୁକ ପୋଷାକ ପ୍ରତିଯୋଗିତା ଆୟୋଜିତ ହେବ। ଆଗଧାଡିର ସାଂସ୍କୃତିକ ଅନୁଷ୍ଠାନ ମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ । ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ମେଳା କନ୍ଧମାଳ ଜିଲ୍ଲାବାସୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ରାଧାମୋହନ ମହାପାତ୍ର କହିଛନ୍ତି ।

କମିଟି ଅଧକ୍ଷ ସୁନୀଲ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସୁଜିତ୍ ବେହେରା, ସମ୍ପାଦକ କାହ୍ନୁ ଚରଣ ଶତପଥୀ, କୋଷାଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ସଦସ୍ୟା ରୁପମ୍ବିକା ତ୍ରୀପାଠୀ, ମୁସ୍କାନ ସୁଆର, ନିହାରିକା ମହାନ୍ତି, ଦିଲ୍ଲୀପ ମହାପାତ୍ର, ବଣିକ ସଂଘ ସଭାପତି ଅଶୋକ ପଟ୍ଟନାୟକ, ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ଅଜିତ ମହାରଣା, ଗୋପାଳ କୃଷ୍ଣ ପଟ୍ଟନାୟକ, ଅଜିତ ମହାରଣା, ବୈଦ୍ୟନାଥ ନାୟକ ପ୍ରମୂଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.