ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

କାଳବୈଶାଖୀରେ ଛିଣ୍ଡିକି ପଡିଛି ବିଦ୍ୟୁତ ତାର, ୪ ଦିନ ଧରି ଅନ୍ଧାରରେ ଶାଶିପଦର ଗାଁ

Published By : Prameya | April 16, 2025 8:42 PM

ଫିରିଙ୍ଗିଆ,୧୬/୦୪: ଗତ  କିଛିଦିନ ହେଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଜାଗାରେ କାଳ ବୈଶାଖୀ ତାଣ୍ଡବ ରଚିଛି I କେଉଁଠି ଘରର ଆଜବେଷ୍ଟସ ଉଡିଯାଇଛି ତ ଆଉ କେଉଁଠି ଗଛପଡି ରାସ୍ତା ଅବରୋଧ ହୋଇଯାଉଛି I ଆଉ କେଉଁଠି ଗଛ ପଡି ବିଦ୍ୟୁତ ତାର ଛିଣ୍ଡି ଯାଇଛି।  ବିଦ୍ୟୁତ ତାର ମରାମତି କରାଯାଉ  ନ ଥିବାରୁ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ଥିବା କାଶିନୀପଦର ପଞ୍ଚାୟତର ସାସୀପଦର ଗାଁରେ ଏହା ଦେଖିବାକୁ ମିଳିଛି। ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ଗତ ଚାରିଦିନ ହେଲା ଗାଁ ଟି ଅନ୍ଧାର ରେ ଥିବା ବେଳେ ଗ୍ରାମବାସୀ ଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I 

କାଳବୈଶାଖୀ ପ୍ରଭାବରେ ଚାରି ଦିନ ତଳେ  ଗାଁ ପାଖ କଡରେ ଥିବା ଏକ ବିଶାଳକାୟ ଗଛ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡି ଯାଇ ଥିବାରୁ ବିଦ୍ୟୁତ୍ ତାର ଛିଣ୍ଡି  ଯାଇଛି I ଯାହାଫଳରେ ଚାରି ଦିନ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ  ଅଞ୍ଚଳର ଯୁବ ସମାଜସେବୀ ସୁନାଶିର ଦିଗାଲ  କନିଷ୍ଠ ଯନ୍ତ୍ରୀ ସତ୍ୟ ସାହୁଙ୍କୁ  ସମସ୍ୟାର ସମାଧାନ କରିବା ପାଇଁ ଅଭିଯୋଗ କରିଥିଲେ ସୁଧ୍ୟା କୌଣସି ସୁଫଳ ମିଳିପାରିନାହିଁ। ଅନ୍ୟ ପଟେ ବିଦ୍ୟୁତ ବିଭାଗର ହେଲ୍ପଲାଇନ ନମ୍ୱର କୁ କଲ୍ କରି ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରି ନାହିଁ। ଯାହାଫଳରେ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ   ଗ୍ରାମବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.