ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର, ୭ ଦିନ ହେଲା ଅନ୍ଧାରରେ ଶିକୁଳିପଦର ଗ୍ରାମବାସୀ

Published By : Prameya | April 19, 2025 7:24 PM

ଫିରିଙ୍ଗିଆ, ୧୯/୪ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଶିକୁଳି ପଦର ଗାଁରେ ଲଗାଣ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଛି। ଫଳରେ  ଗ୍ରାମବାସୀ ଅନ୍ଧାରରେ ୭ ଦିନ ହେଲା ରହିଛନ୍ତି।

ଗତ ୧୩ ତାରିଖରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବାରୁ ଗାଁ ରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡି ଯାଇଥିଲା l ଟ୍ରାନ୍ସଫରମର ପୋଡିଯିବା ପରେ ଏହି ଶିକୁଳି ପଦର ଗାଁ ଏବଂ ୧୦ ନମ୍ବର ୱାର୍ଡ ର ୱାର୍ଡମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ଗ୍ରାମବାସୀ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ଫୁଲବାଣୀ ବିଦ୍ୟୁତ ବିଭାଗରେ ଯନ୍ତ୍ରୀଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ ମଧ୍ୟ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନାହିଁ l ବର୍ତ୍ତମାନ ଦିନରେ ପ୍ରବଳ ଖରା ସାଙ୍ଗକୁ ଗରମ ବଢ଼ୁଥିବାରୁ ଘରେ ରହିବା ଅସମ୍ଭବ ହେଉଥିବା ବେଳେ ପିଲା ମାନଙ୍କୁ ପାଠ ପଢ଼ାରେ ମଧ୍ୟ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ l ଗାଁରେ ପୋଡିଥିବା ଟ୍ରାନ୍ସଫରମର ତୁରନ୍ତ ମରାମତି କରି ଗାଁକୁ ବିଦ୍ୟୁତ ଯୋଗାଇବାକୁ ଗାଁର ୱାର୍ଡ ମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ପୁଷ୍ପଲତା କହଁର, ଲଳିତା କହଁର, ସୁଷମା କହଁର, ସୁଲୋଚନା କହଁର ଓ ଗ୍ରାମବାସୀ ଦାବୀ କରିଛନ୍ତି l 

ଏହି ଟ୍ରାନ୍ସଫର୍ମର ପୋଡ଼ି ଘଟଣାରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ସତ୍ୟବ୍ରତ ସାହୁଙ୍କୁ ପଚାରିବାରୁ ଅଭିଯୋଗ ପରେ ଆମେ ଶିକୁଳି ପଦର ଗାଁକୁ ଯାଇ ଦେଖିଚୁ ।  ଆସନ୍ତା ୨ ରୁ ୩ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.