ଫିରିଙ୍ଗିଆ,୧୭/୦୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ମଧ୍ୟ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି I ତେବେ ଫିରିଙ୍ଗିଆ ବିଜେଡି ର ବ୍ଲକ ସଭାପତି ରଜନୀକାନ୍ତ ମଲିକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଶ୍ରୁତି ଚରଣ କରିଥିଲେ I
ଅନ୍ୟମାନଙ୍କ ମଧ୍ୟ୍ୟରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା, ପୂର୍ବତନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦୁଗୁନି କହଁର, ଚକାପାଦ ବ୍ଲକ ର ଅଧକ୍ଷା ବୈନେତ୍ରୀ କହଁର, ଫୁଲବାଣୀ ନଗର ସଭାପତି ବିମଲ ପାଢ଼ୀ,ଖଜୁରୀପଡା ବ୍ଲକ ସଭାପତି ବୀରେନ୍ଦ୍ର କହଁର,ଫୁଲବାଣୀ ବ୍ଲକ ସଭାପତି ବାଳକୃଷ୍ଣ ସାହୁ, ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା କହଁ ର, ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ନୁଚରଣ ମଳିକ, ବରିଷ୍ଠ ବିଜେଡି ନେତା ପଞ୍ଚାନନ କହଁର,ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଦିଗାଳ, ଜୟଶ୍ରୀ କହଁର ଓ ପିତାମ୍ବର ମିକ ଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଶତାଧିକ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିଲେ I
ଫିରିଙ୍ଗିଆ ବ୍ଲକ ଛକ ଠାରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧଞ୍ଜଳି ଜ୍ଞାପନ କରାଯାଇଥିଲା I ପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶ୍ରାଦ୍ଧଞ୍ଜଳି ସଭା ସହ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ନଵନିଯୁକ୍ତ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I ଅନ୍ୟପଟେ ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ର ବ୍ଲକ ଛକ ଠାରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ନିଆଁ ଲଗାଇବା ଘଟଣା କୁ ତିବ୍ର ନିନ୍ଦା କରାଯିବା ସହ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା I ସେପଟେ ଦଳକୁ ତୃଣମୂଳ ସ୍ତରରୁ କିଭଳି ଭାବରେ ମଜଭୁତ କରାଯିବ ଓ ଆଗାମୀ ପଂଚାୟତ ନିର୍ବାଚନ ରେ ଦଳ କିଭଳି ବହୁମତ ପାଇବ ସେନେଇ ବୈଠକ ରେ ଆଲୋଚନା ହୋଇଥିଲା I କାର୍ଯ୍ୟକ୍ରମ ଶେଷରେ ଫିରିଙ୍ଗିଆ ପଂଚାୟତ ସଭାପତି ପ୍ରାତପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ