କଟକ, ୭।୧୦ : କଟକ ବକ୍ସି ବଜାର ଅଂଚଳରେ ସୋମବାର ଧରିତ୍ରୀ ଜୁଏଲର୍ସର ନୂତନ ସୋ ରୁମ୍ ଉଦ୍ଘାଟିତ ହୋଇଛି । ଏହାକୁ ସୋ ରୁମର ମୁଖ୍ୟ ପ୍ରେମଲତା ପୃଷ୍ଟି ଉଦ୍ଘାଟନ କରିଥିଲେ ।
୨୦୦୭ ମସିହାରୁ ବକ୍ସି ବଜାର ଅଂଚଳରେ ଏହି ସୋ-ରୁମ୍ ସୁନା, ରୁପା ଅଳଙ୍କାରର ବ୍ୟବସାୟ କରି ଆସୁଛି। ଗ୍ରାହକଙ୍କୁ ମନଲାଖି ଗହଣା ଉପଲବ୍ଧ କରାଇବାରେ ସହାୟକ ହୋଇଆସୁଛି। ନୂତନ ସୋରୁମ୍ ରେ ସେହିଭଳି ଗ୍ରାହକଙ୍କ ଭିଡ ହେବାର ଲକ୍ଷ୍ୟ ରଖିଛନ୍ତି ସୋରୁମ କର୍ତ୍ତୃପକ୍ଷ । ନୂତନ ସୋ-ରୁମରେ ୭୦ ରୁ ୮୦ ପ୍ରକାରର ଅତ୍ୟାଧୁନିକ ସୁନା ଅଳଙ୍କାର ସହିତ ୫୦ରୁ ଊର୍ଦ୍ଧ୍ଵ ପ୍ରକାର ରୁପା ଅଳଙ୍କାର ଓ ସାମଗ୍ରୀ ଉପଲବ୍ଧ କରାଯାଇଛି।
ଉଦ୍ଘାଟନ ଅବସରରେ ସୁନାର ଗଢ଼େଇ ମଜୁରୀ ଉପରେ ୩୦ ପ୍ରତିଶତ ଛାଡ଼ କରାଯାଇଥିବା ବେଳେ ରୁପା ଅଳଙ୍କାରର ଗଢ଼େଇ ମଜୁରୀ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ପୂର୍ବପରି ଆଗକୁ ମଧ୍ୟ ଗ୍ରାହକଙ୍କ ଆବଶ୍ୟକତା ଓ ବିଶ୍ୱାସଭାଜନକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ।