ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଳୁ ପାଇଁ ଚିଠି ଲେଖିଲେ ନବୀନ, ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ମମତାଙ୍କ ସାହାଯ୍ୟ ଲୋଡ଼ିଲେ

ଭୁବନେଶ୍ବର,୨୬/୭ : ଆଳୁ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ମମତାଙ୍କ ସାହାଯ୍ୟ ଲୋଡ଼ିଲେ । ସେ ଲେଖିଛନ୍ତି କି, ଆଳୁ ଓଡ଼ିଶାବାସୀଙ୍କ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ବର୍ଷା ଯୋଗୁ ଓଡ଼ିଶାକୁ ଆଳୁ ଆସିବା କମିଛି । ଫଳରେ ଓଡ଼ିଶାରେ କୃତ୍ରିମ ଦର ବୃଦ୍ଧି ଘଟିଛି । ଯାହାଦ୍ବାରା ସାଧାରଣ ଖାଉଟିଙ୍କ ଉପରେ ବୋଝ ବଢ଼ିଛି । ଓଡ଼ିଶା ଓ ପଶ୍ଚିମବଙ୍ଗର ସାଂସ୍କୃତିକ ସମ୍ପର୍କ ନିବିଡ଼ । ଆମେ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ । 

ପ୍ରକାଶ ଯେ,  ଗତକାଲି ରାତିରୁ ଲକ୍ଷ୍ମଣନାଥ ଚେକ୍‌ ଗେଟ୍‌ ପୂର୍ବରୁ ପଶ୍ଚିମବଙ୍ଗ ପଟେ ଶତାଧିକ ଆଳୁ ଟ୍ରକ୍‌ ଅଟକି ରହିଥିଲା । ଓଡ଼ିଶାରେ ପ୍ରବେଶ ପୂର୍ବରୁ ସେମାନଙ୍କୁ ଅଟକାଇଦେଇଥିଲା ପଶ୍ଚିମବଙ୍ଗ ପ୍ରଶାସନ । ପରେ ପୋଲିସ ପଠାଇ ଗାଡ଼ି ଗୁଡ଼ିକୁ ପୁଣି ପଶ୍ଚିମବଙ୍ଗ ଫେରାଇ ନିଆଯାଇଛି । କୁହାଯାଉଛି ଯେହେତୁ ପଶ୍ଚିମବଙ୍ଗରେ ଆଳୁ ଅଭାବ ରହିଛି ତେଣୁ ବାହାର ରାଜ୍ୟକୁ ଆଳୁ ନପଠାଇବାକୁ କୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମିତିରେ ୪ ଦିନ ହେଲାଣି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁନି ଆଳୁ ଗାଡ଼ି । ଫଳରେ ବାଲେଶ୍ବର ଠାରୁ ଆରମ୍ଭ କରି ଓଡ଼ିଶାର ସବୁ ଜାଗାରେ ଏବେ ଆଳୁ ଅଭାବ ଦେଖା ଦେଇଛି । ପୂର୍ବରୁ ଅନୁରୂପ ଘଟଣା ଘଟିଥିଲା । ମମତାଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.