ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଚର୍ଚ୍ଚାରେ ହିଣ୍ଡେନବର୍ଗର ନୂଆ ରିପୋର୍ଟ; ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରେ ବିରୋଧୀ ଦଳ କଂଗ୍ରେସ ଏବେ ବଜାର ନିୟାମକ ସେବିର ମୁଖ୍ୟ ମାଧବୀ ବୁଚ୍‌ଙ୍କ ଇସ୍ତଫା ଏବଂ ଆଦାନୀ ଗ୍ରୁପ ସଂପର୍କିତ ମାମଲାରେ ମିଳିତ ସଂସଦୀୟ ସମିତି (ଜେପିସି) ଦ୍ବାରା ତଦନ୍ତ କରିବାକୁ ଦାବି କରୁଛି । ଆଉ ଏବେ ଏହି ଦାବିକୁ ନେଇ କଂଗ୍ରେସ ରାଜରାସ୍ତାରେ ଗର୍ଜନ କରିବ । ଅଗଷ୍ଟ ୨୨ରେ ଦେଶବ୍ୟାପୀ ପ୍ରଦର୍ଶନ କରିବ କଂଗ୍ରେସ । ଏନେଇ ଆଜି (ମଙ୍ଗଳବାର) କଂଗ୍ରେସର ସାଧାରଣ ସଂପାଦକ, ରାଜ୍ୟ ପ୍ରଭାରୀ ଏବଂ  ପିସିସି ସଭାପତିଙ୍କ ଏକ ବୈଠକ ପରେ ଦଳର ବରିଷ୍ଠ ନେତା କେସି ବେଣୁଗୋପାଳ ଆନ୍ଦୋଳନ ସଂପର୍କରେ ସୂଚନା ଦେଇଛନ୍ତି  । 

ସେ କହିଛନ୍ତି ଯେ, ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳର ସାଧାରଣ ସଂପାଦକ, ରାଜ୍ୟ ପ୍ରଭାରୀ ଏବଂ  ପିସିସି ସଭାପତିଙ୍କ ଏକ ବୈଠକ ଡାକିଥିଲେ । ବୈଠକରେ ୫୮ ନେତା ସାମିଲ ହୋଇଥବା ବେଳେ ୩୮ ଜଣ ଭଲ ପରାମର୍ଶ ଦେଇଥିଲେ । ଆଦାନୀ ଏବଂ ସେବି ଦୁର୍ନୀତି ସଂପର୍କରେ ଚର୍ଚ୍ଚା ହେଲା । କେସି ବେଣୁଗୋପାଳ ଆହୁରି କହିଛନ୍ତି ଯେ, ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି । 

ଦୁଇଟି ଦାବିକୁ ନେଇ ଏହି ଆନ୍ଦୋଳନ କରାଯିବ । ସେବି ପ୍ରମୁଖଙ୍କ ଇସ୍ତଫା ଏବଂ ଆଦାନୀ ଗ୍ରୁପର ଦୁର୍ନୀତି ସଂପର୍କରେ ତଦନ୍ତ ପାଇଁ ଜେପିସି ଗଠନ ଲାଗି ଦାବି ରଖାଯିବ ବୋଲି କେସି ବେଣୁଗୋପାଳ କହିଛନ୍ତି । ଏହା ବ୍ୟତୀତ ଓ୍ବାୟନାଡ ଭୂସ୍ଖଳନକୁ ଜାତୀୟ ବିପତ୍ତି ଘୋଷଣା କରିବା ଏବଂ ଦେଶରେ ଜାତିଗତ ଗଣନା ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିବା ନେଇ ସେ କହିଛନ୍ତି । 


 

 

  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.