ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ନରେନ୍ଦ୍ରରେ ବାଣ ବିସ୍ଫୋରଣ ଘଟଣା: ୩ ଜଣଙ୍କ ବିରୋଧରେ ମାମଲା, ବାଣ ଫୁଟାଇବାକୁ ଅନୁମତି ନଥିଲା

ପୁରୀ,୩୧/୦୫: ନରେନ୍ଦ୍ରରେ ବାଣ ବିସ୍ଫୋରଣ  ଘଟଣାର ପ୍ରାଶାସନିକ ସ୍ତରରେ ତଦନ୍ତ ନିର୍ଦ୍ଦେଶ  ହୋଇଥିବା ବେଳେ କୁମ୍ଭାରପଡ଼ା ଥାନା ପୁଲିସ ମାମଲା  ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ବାଣ ବିସ୍ଫୋରଣ  ଘଟଣାରେ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ  କରାଯାଇଥିବା ଜଣାପଡ଼ିଛି ।  

ପୁଲିସ ତଦନ୍ତରୁ ଜଣାପଡ଼ିଛି, ଗୁରୁତର ଆହତ  ହୋଇ ଭୁବନେଶ୍ୱରରେ ଆଇସିୟୁରେ ଚିକିତ୍ସାଧୀନ  ଖଣ୍ଡିଆବନ୍ଧର ଚନ୍ଦନ ଭୋଇ ଏହି ବାଣ ନରେନ୍ଦ୍ର  ପୁଷ୍କରିଣୀକୁ ଆଣି ଫୁଟାଉଥିଲେ । ଏହି ବାଣକୁ ଟ୍ରଲି ଯୋଗେ ବୋହି ଆଣିଥିଲେ ରାଜୁ । ଏହି ୨ ଜଣଙ୍କ ସହ  ଅନ୍ୟ ଜଣେ ମଧ୍ୟ ସାମିଲ୍‌ ଥିବା ଜଣାପଡ଼ିବା ପରେ  ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।  ଏଏସ୍‌ଆଇ ପ୍ରମୋଦ କୁମାର ଦଳେଇଙ୍କ ଏତଲାକ୍ରମେ  ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନ୍ସ ଆକ୍ଟର ୩, ୪ ଓ ୫ ସହ ଓଡ଼ିଶା  ଫାୟାର୍‌ ୱାର୍କସ୍‌ ଆଣ୍ଡ୍‌ ଲାଉଡ୍‌ ସ୍ପିକର୍‌ (ରେଗୁଲେସନ୍‌)  ଆକ୍ଟ ୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ମାମଲାରେ  ରାଜୁଙ୍କର ମୃତ୍ୟୁ ହୋଇଥିବା ବେଳେ ଚନ୍ଦନ ଚିକିତ୍ସାଧୀନ ।  

ସେହିପରି ଅନ୍ୟ ଅଭିଯୁକ୍ତ କଥା କହିପାରୁନଥିବାରୁ  ତାଙ୍କୁ ପଚରାଉଚରା କରାଯାଇ ପାରୁନାହିଁ ବୋଲି  କହିଛନ୍ତି ମାମଲାର ତଦନ୍ତକାରୀ ଅଧିକାରୀ ଆଇଆଇସି ଜୟଦୀପ ମହାନ୍ତି । ଡାକ୍ତରଖାନାରେ ପୁଲିସର  ଏକ ଟିମ୍‌ ଅଛନ୍ତି । ଆହତମାନଙ୍କୁ ପଚରାଉଚରା  କରାଯାଉଥିବା ବେଳେ ସେମାନଙ୍କ ଚିକିତ୍ସାରେ ମଧ୍ୟ  ପୁଲିସ ଟିମ୍‌ ସହଯୋଗ କରୁଛନ୍ତି । ବାଣ ଫୁଟାଇବା  ପାଇଁ କୌଣସି ଅନୁମତି ନଥିଲା ବୋଲି କହିଛନ୍ତି  ଡେପୁଟି ଫାୟାର୍‌ ଅଫିସର୍‌ ନାରାୟଣ ଦାଶ । କେଉଁ  ପରିସ୍ଥିତିରେ ସେଠାକୁ ବାଣ ଆସିଥିଲା ଓ କେତେ ସମୟ  ଫୁଟିଥିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । 

ପ୍ରାଣ ହରାଇଥିବା ଶିଶୁ ପ୍ରିୟାଂଶୁ ତାଙ୍କ ବାପା  ଦେବଦତ୍ତଙ୍କ ସହ ନରେନ୍ଦ୍ର ପୋଖରୀରେ ଚାପ ଖେଳ  ଦେଖିବାକୁ ଆସିଥିବା ବେଳେ ଋଷିକେଶ ଏକାକୀ  ଆସିଥିଲେ । ରାଜୁ ସେଠାରେ ବାଣ ଫୁଟାଉଥିବା ବେଳେ  ଏହି ଅଘଟଣ ଘଟିଥିଲା । ଆହତ ୨୭ ଜଣଙ୍କ ମଧ୍ୟରୁ  ୩ ଜଣ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା  ହେଉଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା  ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇ ନରେନ୍ଦ୍ର ପୁଷ୍କରିଣୀ  ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ସ୍ଥିତି  ପରଖିବା ସହ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.