ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ; ପୃଥ୍ୱୀରାଜ ହରିଚନ୍ଦନ

Published By : prameya | February 11, 2025 2:50 PM

ଭୁବନେଶ୍ୱର,୧୧/୦୨: ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ । ସରକାର ସେ ପ୍ରକଳ୍ କୁ ଅନୁମତି ଦେଇ ସାରିଛନ୍ତି । ଖୁବଶୀଘ୍ର ଟେକନିକାଲ କାର୍ଯ୍ୟ ଆରମ୍ଭ ହେବ ।   ଜୟଦେବ ବିହାରରେ ଜାତୀୟ ରାଜପଥ ର ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ସେ ଫ୍ଲାଏ ଓଭର ନନ୍ଦନ କାନନ ପର୍ଯ୍ୟନ୍ତ ଯିବ । ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସକେପ ୱେ ରହିବ । 

ଏହା ମଧ୍ୟ ପଢନ୍ତୁ- ଖୁବଶୀଘ୍ର କୋଟିଏ ଛୁଇଁବ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସଂଖ୍ୟା, ୯୮ଲକ୍ଷ ଲୋକ ଯୋଜନାରେ ହୋଇଛନ୍ତି ସାମିଲ

ଯେଉଁମାନେ ଉପରେ ଯାତାୟାତ କରୁଥିବେ ସେମାନଙ୍କ ପାଇଁ ତଳକୁ ଓହ୍ଲାଇବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସବୁ ଦୃଷ୍ଟି କୁ ଆଖି ଆଗରେ ରଖି ଯୋଜନା କରାଯାଇଛି । ସେଠି ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ ତାହା ସହ ଉପରେ ମଧ୍ୟ ୪ ଲେନ ରାସ୍ତା ନିର୍ମାଣ ହେବ । ଏଇ ରାସ୍ତା ଆଗାମୀ ଦିନରେ ଭୁବନେଶ୍ୱରର ଲାଇଫ ଲାଇନ ହେବ । ଆମେ ଆଶା ରଖିଛୁ ୨୦୨୭-୨୮ ସୁଦ୍ଧା ଏହି ପ୍ରକଳ୍ପ ରୁ ବଡ଼ ଭାଗ ଆମେ ଶେଷ କରି ଦେଇଥିବୁ । ସେହି ଯୋଜନା ନେଇ କାର୍ଯ୍ୟ କରାଯାଉଛି  ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.