ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବିଭତ୍ସ ହତ୍ୟା;କଟକ ପୋତା ପୋଖରୀରେ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଯୁବକ

Published By : prameya | February 14, 2025 1:49 PM

ଭୁବନେଶ୍ବର,୧୪/୦୨:  ମହିଳାଙ୍କୁ ବିଭତ୍ସ ହତ୍ୟା ।  ଖଣ୍ଡାରେ ହାଣି ହତ୍ୟା କଲେ ଯୁବକ ।  ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଘଟିଛି ଏଭଳି ହତ୍ୟାକାଣ୍ଡ ।  ତେବେ କଟକ ପୋତା ପୋଖରୀରେ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ମୃତ ମହିଳା ଜଣକଙ୍କ ନାଁ ଲୁସି ବୋଲି ଜଣାପଡ଼ିଛି । 

ଏହା ମଧ୍ୟ ପଢନ୍ତୁ-ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା

ଅନ୍ୟପଟେ  ହତ୍ୟାକାରୀ ସନ୍ତୋଷ କୁମାର ସିହ୍ନା ଘଟଣାସ୍ଥଳରୁ ଫେରାର ରହିଛି ।  ଏନେଇ ସନ୍ତୋଷଙ୍କୁ ଅଟକାଇବାକୁ ଯାଉଥିବା ବେଳେ ଆକ୍ରମଣରେ ସନ୍ତୋଷଙ୍କ ମାଆ ମଧ୍ୟ ଗୁରୁତର  ହୋଇଛନ୍ତି । ଏହି ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ପଛର ପ୍ରକୃତ କାରଣ ଖଜୁଛି ପୋଲିସ । ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାଯା ଖେଳିଯାଇଛି । 




 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.