ନୂଆଦିଲ୍ଲୀ: ଆଇପିଏଲର ୪୫ତମ ମ୍ୟାଚ୍ରେ, ମୁମ୍ବାଇ ଇଣ୍ଡିଆନ୍ସ (MI) ଲକ୍ଷ୍ନୌ ସୁପରଜାଏଣ୍ଟ୍ସ (LSG)କୁ ୨୧୬ ରନ୍ର ଟାର୍ଗେଟ ଦେଇଛି। ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ୍ନୌ ଅଧିନାୟକ ରିଷଭ ପନ୍ତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ମୁମ୍ବାଇ ୨୦ ଓଭରରେ ୭ ୱିକେଟ୍ ହରାଇ ୨୧୫ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରିଆନ ରିକେଲଟନ ଏବଂ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ। ରିକେଲଟନ୍ ୫୮ ଏବଂ ସୂର୍ଯ୍ୟ ୫୪ ରନ୍ ସଂଗ୍ରହ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ଏବଂ ଆଭେଶ ଖାନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ରବି ବିଷ୍ଣୁ, ଡିଜି ରାଠୀ ଏବଂ ପ୍ରିନ୍ସ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଆଜିର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରୁ ଖେଳାଯିବ।