ନୂଆଦିଲ୍ଲୀ: ଆଇପିଏଲର ୪୪ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସକୁ ୨୦୨ ରନର ଟାର୍ଗେଟ ଦେଇଛି। ଇଡେନ ଗାର୍ଡେନ ଷ୍ଟାଡିୟମରେ ହେଉଥିବା ଆଜିର ମ୍ୟାଚରେ ପଞ୍ଜାବ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଦଳ ୪ଟି ୱିକେଟ ହରାଇ ୨୦୧ ରନ ସଂଗ୍ରହ କରିଛି। ପ୍ରଭସିମରନ ସିଂହ ୮୩ ଓ ପ୍ରିୟାଂଶ ଆର୍ଯ୍ୟା ମୋଟ୍ ୬୯ ରନ ସଂଗ୍ରହ କରିଛନ୍ତି। ସେହିଭଳି ପଞ୍ଜାବ ଦଳର ଅଧିନାୟକ ଶ୍ରେୟାସ ଆୟର ୨୫ ଓ ଜୋସ ଇିଂଲିସ ୧୧ ରନ ସଂଗ୍ରହ କରିଛନ୍ତି। କୋଲକାତା ପକ୍ଷରୁ ଖେଳୁଥିବା ବୈଭବ ଅରୋଡା ୨ଟି ୱିକେଟ ନେଇଛନ୍ତି। ଏହାସହ ରସେଲ ଓ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ୧-୧ ୱିକେଟ ହାସଲ କରିଛନ୍ତି।