ପ୍ରମୂଖ ଖବର
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

IPL-2025: ଚେନ୍ନାଇକୁ ୫ ୱିକେଟରେ ହରାଇଲା ହାଇଦ୍ରାବାଦ; ସିଏସକେ ପାଇଁ ଆଗକୁ କଷ୍ଟକର ହେବ ପ୍ଲେ ଅଫ୍ ରାସ୍ତା

Published By : Bijay Swain | April 25, 2025 11:42 PM

Image courtesy: bcci

ନୂଆଦିଲ୍ଲୀ: ଆଇପିଏଲର ୪୩ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଚେନ୍ନାଇର ପ୍ଲେ ଅଫ୍ ରାସ୍ତା କଷ୍ଟକର ହୋଇପଡିଛି। ଦଳକୁ ବର୍ତ୍ତମାନ ପ୍ଲେ ଅଫ୍ କୁ ଯିବା ପାଇଁ ସମସ୍ତ ପାଞ୍ଚଟି ମ୍ୟାଚ ଜିତିବାକୁ ପଡିବ ଏବଂ ଅନ୍ୟ ଦଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ। ଚେନ୍ନାଇ ପଏଣ୍ଟ ଟେବୁଲର ତଳେ ରହିଛି। ଜିତିବା ପରେ ହାଇଦ୍ରାବାଦ ୯ ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୬ ପଏଣ୍ଟ ସହ 8ମ ସ୍ଥାନକୁ ଉଠିଛି।

ଶୁକ୍ରବାର ଦିନ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ (ଚେପକ୍)ରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ୧୯.୫ ଓଭରରେ ୧୫୪ ରନ୍ କରି ଅଲ-ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ହାଇଦ୍ରାବାଦ ମାତ୍ର ୧୮.୪ ଓଭରରେ ୫ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।

ହାଇଦ୍ରାବାଦ ପାଇଁ ଇଶାନ କିଶନ ୪୪ ଏବଂ କାମିଣ୍ଡୁ ମେଣ୍ଡିସ ଅପରାଜିତ ରହି ୩୨ ରନ ସ୍କୋର କରିଥିଲେ। ଚେନ୍ନାଇର ନୁର ଅହମ୍ମଦ ୨ଟି ୱିକେଟ୍ ନେଇଥିଲେ। ଖାଲିଲ ଅହମ୍ମଦ, ରବିନ୍ଦ୍ର ଜାଡେଜା ଏବଂ ଅନସୁଲ କାମ୍ବୋଜଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଏହାପୂର୍ବରୁ ଡିୱାଲ୍ଡ ବ୍ରେଭିସ୍ ୪୨ ରନ୍ ସହ ଚେନ୍ନାଇ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ହାଇଦ୍ରାବାଦରୁ ହର୍ଷଲ ପଟେଲ ୪ ୱିକେଟ୍ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.