ଚେନ୍ନାଇ,୨୫/୦୪: ଚେନ୍ନାଇ ସୁପରକିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟ୍ ମୋଟେଇ ପରୀକ୍ଷାରେ ଫେଲ ମାରିଛି । ଶୁକ୍ରବାର ୪ନଂ ସ୍ଥାନରେ ଜାଡ଼େଜା ବ୍ୟାଟିଂ କରିବାକୁ ଆସିଥିଲେ । ପଡ଼ିଆ ଅମ୍ପାୟାର ତାଙ୍କ ବ୍ୟାଟ୍ ପରୀକ୍ଷା କରିଥିଲେ । ମାତ୍ର ବ୍ୟାଟ୍ଟି ଆବଶ୍ୟକତାଠୁ ଅଧିକ ମୋଟା ରହିଥିଲା । ତାଙ୍କୁ ବ୍ୟାଟ୍ ପରିବର୍ତ୍ତନ କରିବାକୁ ପଡ଼ିଥିଲା । ସେ ୨୧ ରନ କରି ଆଉଟ୍ ହୋଇଥିଲେ ।
ସୂଚନାଯୋଗ୍ୟ, ଚଳିତ ସିଜନରେ ମ୍ୟାଚ୍ ସମୟରେ ଖେଳାଳିଙ୍କ ବ୍ୟାଟ୍ ମାପ କରାଯାଉଛି । ନିୟମ ଅନୁଯାୟୀ ବ୍ୟାଟ୍ର ଲମ୍ବା ୩୮ଇଞ୍ଚ କିମ୍ବା ୯୬.୫୨ ସେଣ୍ଟି ମିଟର ଠାରୁ ଅଧିକ ହୋଇ ପାରିବନାହିଁ । ଠିକ୍ ସେହିପରି ବ୍ୟାଟ୍ର ବ୍ଲେଡ୍ ପ୪.୨ଇଞ୍ଚ(୧୦.୮ସେମି) ଚଉଡ଼ା, ୨.୬ଇଞ୍ଜ (୬.୭ସେମି) ମୋଟା ଓ ଏଜ ୧.୫୬(୪.୦ସେମି)ଠୁ ଅଧିକ ହୋଇପାରିବ ନାହିଁ । ଜାଡ଼େଜାଙ୍କ ବ୍ୟାଟ୍ ପୂର୍ବରୁ ସୁନୀଲ ନାରାଏନ୍ ଓ ଆନରିଚ ନର୍ଜ(କୋଲକାତା ନାଇଟ ରାଇଡର୍ସ)ଙ୍କ ବ୍ୟାଟ୍ ମଧ୍ୟ ମୋଟେଇ ପରୀକ୍ଷାରେ ବିଫଳ ହୋଇଛି ।