ନୂଆଦିଲ୍ଲୀ,୨୫/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ ସହିତ ଏବେ କୌଣସି ମ୍ୟାଚ ଖେଳିବ ନାହିଁ । ଦୁଇ ଦଳ କେବେଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟିଥାନ୍ତି । ପାକ୍ ସହ ଭାରତ କୌଣସି ଦ୍ୱିପାକ୍ଷିକ ସିରଜ ଖେଳେ ନାହିଁ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ବିସିସିଆଇ ଆକ୍ସନ ମୁଡରେ ଆସିଛି । ଆଇସିସି ଟୁର୍ଣ୍ଣାମେଣ୍ଟକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ପାକିସ୍ତାନ ସହ ମ୍ୟାଚକୁ ନେଇ ଆଇସିସିକୁ ଏକ ଚିଠି ଲେଖିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଯେଉଁଥିରେ ଏସିଆ କପ୍କୁ ନେଇ ଏକ ଖବର ଆସିଛି ।
ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନ ସହ ଭାରତ କୌଣସି ବି ମ୍ୟାଚ ଖେଳିବାକୁ ଚାହୁଁନାହିଁ । ଅତିବେଶୀରେ ଗ୍ରୁପ ଷ୍ଟେଜରେ ତ ବିଲକୁଲ ବି ନୁହେଁ । ଦୁଇ ଦେଶ କେବେଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଥିଲେ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଆଉ କୌଣସି ମ୍ୟାଚ ହୋଇନପାରେ । ଗୋଟିଏ ଗ୍ରୁପରେ ଦୁଇ ଦେଶକୁ ନରଖିବାକୁ ଆଇସିସିକୁ ଚିଠି ଲେଖିଛି ବିସିସିଆଇ ।
ଏସିଆ କପରେ କଣ ହେବ? ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟ ୨୦୨୬ ଖେଳାଯିବ । ଭାରତ ଓ ଶ୍ରୀଲଙ୍କା ଟି-ଟ୍ବେଣ୍ଟି ବିଶ୍ୱକପ ଆୟୋଜକ ଦେଶ ହେବେ । ମାତ୍ର ବିସିସିଆର ବର୍ତ୍ତମାନ ଚିନ୍ତା ଏସିଆ କପକୁ ନେଇ ରହିଛି ଯାହା ଡ଼ିସେମ୍ବରରେ ହେବ । ଭାରତ ଆୟୋଜକ ରହିବ । ଯେଉଁଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨ଟି ମ୍ୟାଚ ହେବାର ସମ୍ଭାବନା ରହିଛି । ଦୁଇ ଦେଶ ଗ୍ରୁପ ଏ ରେ ରହିଛନ୍ତି । ଭାରତ ଆୟେଜକ ଥିଲେ ବି ପାକିସ୍ତାନ ସହ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ହେବା ନେଇ ସମ୍ଭାବନା ରହିଛି ।
ଏବେ ଦେଖିବାକୁ ବାକି ରହିଲା କି ଭାରତ ଓ ପାକିସ୍ତାନ ଏସିଆ କପରେ ଗୋଟିଏ ଗ୍ରୁପରେ ରହୁଛନ୍ତି ନା ନାହିଁ । ଏହା ଉପରେ ନେଇ ବଡ ନିଷ୍ପତ୍ତି ଆସିପାରେ କାରଣ ଏବେ ଯାଏ ଟୁର୍ଣ୍ଣାମେଣ୍ଟ ସୂଚୀ ଜାରି ହୋଇନାହିଁ । ମେ ସୁଦ୍ଧା ଏସିଆ କପ କ୍ରୀଡ଼ାସୂଚୀ ପ୍ରକାଶ ପାଇବ । ତେବେ ବିସିସିସିଆଇ ଓ ପିସିବି ମଧ୍ୟରେ କଣ ତାଳମେଳ ରହୁଛି ତାହା ସମୟ କହିବ । ଯଦି ଆଲୋଚନା ସକାରତ୍ମକ ନ ହୁଏ ତେବେ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇପାରେ ।