ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Kalinga Super Cup 2025: ସେମି ଫାଇନାଲ୍‌ରେ ମୋହନ ବାଗାନ, ଏଫ୍‌ସି ଗୋଆ

Published By : Prameya | April 27, 2025 10:43 AM

ଭୁବନେଶ୍ୱର, ୨୭/୦୪: କଳିଙ୍ଗ ସୁପର କପ୍‌ରେ ମୋହନ ବାଗାନ ଏସ୍‌ସି ଓ ଏଫ୍‌ସି  ଗୋଆ ଆଧିପତ୍ୟ ଜାରି ରଖି ସେମି ଫାଇନାଲ୍‌ରେ  ପ୍ରବେଶ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଶନିିବାର  ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ମୋହନ  ବାଗାନ ୨-୧ ଗୋଲ୍‌ରେ କେରଳ ବ୍ଲାଷ୍ଟର୍ସକୁ  ଏବଂ ଦ୍ୱିତୀୟ କ୍ୱାର୍ଟରରେ ଏଫ୍‌ସି ଗୋଆ ୨-୧  ଗୋଲ୍‌ରେ ପଞ୍ଜାବ ଏଫ୍‌ସିକୁ ପରାସ୍ତ କରିଥିଲା । 

ମୋହନ ବାଗାନ ବନାମ କେରଳ ବ୍ଲାଷ୍ଟର୍ସ:  ଏହି ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା ।  ମୋହନ ବାଗାନ ଆରମ୍ଭରୁ ଘନଘନ ଆକ୍ରମଣ କରି ୨୨ମିନିଟ୍‌ରେ ଗୋଲ୍‌ ଖାତା ଖୋଲିଥିଲା । ଦଳ  ପକ୍ଷରୁ ସହଲ ଅବଦୁଲ ସମଦ ଏହି ଗୋଲ୍‌ଟି  ଦେଇଥିଲେ । ଏହି ଭାଗରେ କେରଳ ଗୋଲ୍‌  ପରିଶୋଧ କରିପାରି ନଥିଲା । ଦ୍ୱିତୀୟାର୍ଦ୍ଧ ଖେଳ  ଆରମ୍ଭରୁ ସୁହେଲ ଅହମ୍ମସ ଭଟ (୫୧ମିନିଟ୍‌)ଙ୍କ  ଗୋଲ୍‌ ବଳରେ ମୋହନ ବାଗାନ ୨-୦ରେ ଅଗ୍ରଣୀ  ହାସଲ କରିଥିଲା । 

ଏହାପରେ କେରଳ ମ୍ୟାଚ୍‌କୁ  ଫେରିବା ପାଇଁ ସବୁ ଶକ୍ତ ଲଗାଇ ଦେଇଥିଲା ।  ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଦଳ ଗୋଲ୍‌  କରିବାରେ ବିଫଳ ହୋଇଥିଲା । ଇନ୍‌ଜ୍ୟୁରୀ  ଟାଇମ୍‌ରେ କେରଳ ପକ୍ଷରୁ ଶ୍ରୀକୁଟ୍ଟନ ଏମ୍‌ଏସ୍‌  ଗୋଟିଏ ଗୋଲ୍‌ ପରିଶୋଧ କରିବାରେ ସଫଳ ହୋଇଥିଲେ । 

ଏଫ୍‌ସି ଗୋଆ ବନାମ ପଞ୍ଜାବ ଏଫ୍‌ସି:  ମ୍ୟାଚ୍‌ ତୀବ୍ର ପ୍ରତିଦ୍ୱନ୍ଦ୍ୱୀତାମୂଳକ ହୋଇଥିଲା ।  ଇନ୍‌ଜ୍ୟୁରୀ ଟାଇମ୍‌ରେ ମହମ୍ମଦ ୟାସିର ଗୋଟିଏ ଦର୍ଶନୀୟ ଗୋଲ୍‌ କରି ଗୋଆ ବିଜୟରେ ହିରୋ  ସାଜିଥିଲେ । 

ପ୍ରଥମାର୍ଦ୍ଧ ଖେଳ ଆକ୍ରମଣ ଓ ପ୍ରତିଆକ୍ରମଣ  ମଧ୍ୟରେ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ  ପଞ୍ଜାବ ଆକ୍ରମଣ ଜୋରଦାର କରି ଖାତା ଖୋଲିଥିଲା । ୫୭ମିନିଟ୍‌ରେ  ଏନ୍‌. ଏଜେକୁଇଲ ଭିଡାଲ  ଏହି ଗୋଲ୍‌ ସ୍କୋର  କରିଥିଲେ । ଏହାପରେ ଗୋଆ ଗୋଲ୍‌ ପରିଶୋଧ  ପାଇଁ ଘନଘନ ଆକ୍ରମଣ ଜାରି ରଖିଥିଲା ।  ୮୮ମିନିଟ୍‌ ପର୍ଯ୍ୟନ୍ତ ପଞ୍ଜାବ ଅଗ୍ରଣୀ ବଜାୟ  ରଖିଥିଲା । ୮୯ମିନିଟ୍‌ରେ ବୋର୍ଜା ହେରେରା ଗୋଞ୍ଜାଲେଜଙ୍କ ଗୋଲ୍‌ ବଳରେ ଗୋଆ ସ୍ଥିତି  ୧-୧ରେ ବରାବର କରିଥିଲା । ମାତ୍ର ଇନ୍‌ଜ୍ୟୁରୀ  ଟାଇମ୍‌ରେ ୟାସିର ଆଉ ଏକ ଗୋଲ୍‌ କରି  ଗୋଆକୁ ସେମିରେ ପହଞ୍ଚାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.