ନୂଆଦିଲ୍ଲୀ: ଚଳିତ ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ପଞ୍ଚମ ବିଜୟ ହାସଲ କରି ଆଇପିଏଲ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ୱାଙ୍ଖଡେ ଷ୍ଟାଡିୟମରେ ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ୫୪ ରନରେ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ବାଛିଥିଲା। ମୁମ୍ୱାଇ ୭ ୱିକେଟ୍ ହରାଇ ମୋଟ୍ ୨୧୫ ରନ୍ ସଂଗ୍ରହ କରିଥିଲା। ଜବାବରେ ଲକ୍ଷ୍ନୋ କେବଳ ୧୬୧ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଛି।
ମୁମ୍ବାଇ ପାଇଁ ଜସପ୍ରିତ ବୁମରାହ ୪ଟି ୱିକେଟ ନେଇଛନ୍ତି। ସେ ୧୬ତମ ଓଭରରେ ୩ଟି ୱିକେଟ ନେଇଥିଲେ ଏବଂ ମ୍ୟାଚ୍ କୁ ମୁମ୍ୱାଇ ସପକ୍ଷରେ ରଖିଥିଲେ। ଟ୍ରେଣ୍ଟ ବୋଲ୍ଟ ୩ଟି ଏବଂ ୱିଲ୍ ଜ୍ୟାକ୍ସ ମଧ୍ୟ ୨ଟି ୱିକେଟ ନେଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଏବଂ ରିଆନ ରିକେଲଟନ ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ଆଭେଶ ଖାନ ଏବଂ ମୟଙ୍କ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଆୟୁଷ ବାଡୋନି ସର୍ବାଧିକ ୩୫ ରନର ପାରି ଖେଳିଥିଲେ।