ପ୍ରମୂଖ ଖବର
  • ସୁଦୃଢ଼ ହେବ ରାଜ୍ୟ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା, ୨୦୦୦ ନୂତନ ପଦବୀ ସୃଷ୍ଟି
  • ||
  • ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନୀତି ସବ୍‌କମିଟିରେ ଅନୁମୋଦନ, ୧୮ରେ ବସିବ ଛତିଶା ନିଯୋଗ ବୈଠକ
  • ||
  • OSSF କର୍ମଚାରୀଙ୍କ ପାଇଁ ଖୁସି ଖବର, ସର୍ବନିମ୍ନ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର
  • ||
  • ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ୧୯ ରେ ହେବ ନିର୍ବାଚନ
  • ||
  • ଖୋର୍ଦ୍ଧା : ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ବିଜାପୁରରେ ପୋଲିସକୁ ବଡ଼ ସଫଳତା, ବିସ୍ଫୋରକ ସାମଗ୍ରୀ ସହ ୨୨ ଜଣ ହାର୍ଡକୋର୍ ମାଓବାଦୀ ଗିରଫ
  • ||
  • ସମ୍ବଲପୁରରେ ବସିବ ଜନତା ଦରବାର, ୨୧ରେ ଅଭିଯୋଗ ଶୁଣାଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବୌଦ୍ଧ : ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବାଲେଶ୍ୱର : ପଶ୍ଚିମବଙ୍ଗକୁ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୧ ବସ୍ତା ଗଞ୍ଜେଇ ଜବତ, ୨ ଅଟକ
  • ||
  • IPL 2025: ଆଜି ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ, ୱାଙ୍ଖଡ଼େରେ ହେଡ୍‌-ବୁମରା ଏବଂ ରୋହିତ-କମିନ୍ସ ଲଢ଼େଇ
  • ||
  • ଭଦ୍ରକ : ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ୭ ଗୁରୁତର
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ, ଲୋକାର୍ପଣ କରିବେ ୪ ହଜାର କୋଟିର ପ୍ରକଳ୍ପ
  • ||
  • ସିଲଭର୍ ସିଟିରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କଟାସ, ଜୁବୁଲା ଆହତ, ବରିଷ୍ଠ ପୁଲିସ ଅଧିକାରୀଙ୍କ ପଚରାଉଚରା
  • ||
  • ଗୁରୁବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା,୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ନେଇ ଆଲର୍ଟ
  • ||

ଓଡ଼ିଶା ସରକାର ଏବଂ ଆଇଓସିଏଲ ମଧ୍ୟରେ ଏମଓୟୁ ଓଡ଼ିଶାକୁ ବିଶ୍ୱରେ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ କରିବ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | April 8, 2025 7:15 PM

ନୂଆଦିଲ୍ଲୀ/ଭୁବନେଶ୍ୱର, ୮/୪ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶା ସରକାର ଏବଂ ଉର୍ଜା କ୍ଷେତ୍ରରେ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିବା ବେଳେ ଏହି ବୁଝାମଣା ଦ୍ୱାରା ଓଡ଼ିଶା ବିଶ୍ୱ ପାଇଁ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପାରାଦୀପଠାରେ ୫୮,୦୪୨ କୋଟି ଟଙ୍କାର ମେଗା ଡୁଆଲ ଫିଡ୍ କ୍ରାକର(ଡିଏଫସି) ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ  ଓଡ଼ିଶା ସରକାର ଏବଂ ଆଇଓସିଏଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଯାଜପୁର ଚଣ୍ଡିଖୋଲ ଠାରେ ୮,୭୪୩ କୋଟି ଟଙ୍କା ବ୍ୟୟରେ କ୍ରୁଡ ଅଏଲ ଷ୍ଟୋରେଜ୍ ଫାସିଲିଟି ପାଇଁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ ଏବଂ ଗୋପାଳପୁର ଠାରେ ୨୩୦୬ କୋଟି ଟଙ୍କା ବ୍ୟୟରେ ଏଲଏନଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଟର୍ମିନାଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ,ଇଣ୍ଡିଆନ ଅଏଲର ପାରାଦୀପ ତୈଳ ବିଶୋଧନାଗାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପାଇଁ ଅବଦାନ । ଏହାକୁ ବାଜପେୟୀଜୀ ଶୁଭ ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ସେହି ସମୟରେ ଏଠାରେ ପେଟ୍ରୋଲିୟମ ଉତ୍ପାଦ ସହ ପେଟ୍ରୋକେମିକାଲ ଉତ୍ପାଦ ବାହାର କରିବା ପାଇଁ ଯୋଜନା ହୋଇଥିଲା । ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟିରେ ଏକ ନୂଆ ଆଶା ଓ ଦିଗ ସୃଷ୍ଟି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ସମ୍ଭାବନା ବିଷୟରେ ସ୍ପଷ୍ଟ ଭାବେ ଅବଗତ ଅଛନ୍ତି ଏବଂ ଏହି ସମ୍ଭାବନାକୁ ଉପଲବ୍ଧ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏକ ବହୁ-ଅଂଶୀଦାର ସମବାୟ ଆଭିମୁଖ୍ୟ ଓଡ଼ିଶାର ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ । 

ଆଜିର ଏମଓୟୁ ନେଇ ଶ୍ରୀ ପ୍ରଧାନ କହିଛନ୍ତି, ଯୋଜନା କରାଯାଇଥିବା ମେଗା ପୁଞ୍ଜିନିବେଶ ଓଡ଼ିଶାର ଅଭିବୃଦ୍ଧି ଯାତ୍ରାରେ ଏକ ନୂଆ ଯୁଗର ଶୁଭାରମ୍ଭ କରିବ। ଓଡ଼ିଶା ବିଶ୍ୱ ପାଇଁ ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ । ଏହି ନୂତନ ପୁଞ୍ଜିନିବେଶ ରାଜ୍ୟର ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବ ଏବଂ ଅଧିକରୁ ଅଧିକ ଓଡ଼ିଆ ଯୁବକ ଉଦ୍ୟୋଗୀ ହେବାରେ ସକ୍ଷମ ହେବେ । ଏ ସବୁ ପଦକ୍ଷେପ ଡବଲ ଇଞ୍ଜିନ ସରକାରର ଇସ୍ତାହାରର ଏକ ସ୍ପଷ୍ଟ ପ୍ରତିଫଳନ । ମେଗା ଡୁଆଲ ଫିଡ୍ କ୍ରାକର ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପେଟ୍ରୋକେମିକାଲ୍ସର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଭାରତର ପେଟ୍ରୋକେମିକାଲ୍ସ ଉଦ୍ୟୋଗକୁ ସୁଦୃଢ କରିବ । ଏହି ପ୍ରକଳ୍ପ ପାରାଦୀପ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ନିବେଶ କ୍ଷେତ୍ରର ପ୍ରଗତିକୁ ତ୍ୱରାନ୍ୱିତ କରିବ । ବର୍ତ୍ତମାନ ୫.୩୩ ଏମଏମଟି (ମିଲିୟନ ମେଟ୍ରିକ୍ ଟନ୍) କ୍ଷମତା ବିଶିଷ୍ଟ ଏସପିଆର ସହିତ ଆମେ ଭାରତର ୯.୫ ଦିନର ଅଶୋଧିତ ତୈଳ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ । ଚଣ୍ଡିଖୋଲ ଠାରେ ୪ ଏମଏମଟି ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା ହେଲେ ଦେଶର ଅଶୋଧିତ ତୈଳ ଆବଶ୍ୟକତା ଅତିରିକ୍ତ ୪ ଦିନ ବୃଦ୍ଧି ପାଇବ । ଭାରତରେ ମୋଟ ପ୍ରାୟ ୧୭ ଦିନର କ୍ରୁଡ୍ ଅଏଲ୍ ଆବଶ୍ୟକତା ପୂରଣ କରିବ ।  ସେହିପରି ବର୍ତମାନ ଭାରତରେ ୭ଟି କାର୍ଯ୍ୟକ୍ଷମ ଏଲଏନଜି ଟର୍ମିନାଲ ରହିଛି, ଯାହାର କାର୍ଯ୍ୟକ୍ଷମ ପୁନଃ ଗ୍ୟାସିଫିକେସନ୍ କ୍ଷମତା ପ୍ରାୟ ୪୭.୭ ଏମଏମଟିପିଏ ରହିଛି । ପୂର୍ବ ଉପକୂଳରେ ତାମିଲନାଡୁ ଏନ୍ନୋର ପରେ ଓଡ଼ିଶାର ଧାମରା ଏବଂ ଏବେ ଗୋପାଳପୁର ତୃତୀୟ ଏଲଏନଜି ଟର୍ମିନାଲ ହେବ । ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ସମଗ୍ର ପୂର୍ବ ଭାରତକୁ ଶକ୍ତି ଉପଲବ୍ଧତା ପାଇଁ ସେବା ଯୋଗାଇବ ଏବଂ ଶକ୍ତି ନିରାପତ୍ତା ବୃଦ୍ଧି କରିବ ।  

 ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୭ରେ  ତାଙ୍କ ହସ୍ତକ୍ଷେପ କାରଣରୁ ଓଡ଼ିଶା ସରକାର ନଭେମ୍ବର ୨୦୧୫ରୁ ଜୁଲାଇ ୨୦୧୭ ମଧ୍ୟରେ ଆଇଓସିଏଲ୍ ଠାରୁ ଭାଟ୍ ବା ବିକ୍ରୟ ଟିକସ ବାବଦରେ ପ୍ରାୟ ୩୦୦୦ କୋଟି ଟଙ୍କା ରାଜକୋଷକୁ ପାଇଛନ୍ତି । ତାଙ୍କର ଏହି ଉଦ୍ୟମ କାରଣରୁ ଆଇଓସିଏଲ ପାରାଦୀପ ରିଫାଇନାରୀ ପ୍ରତିବର୍ଷ କେବଳ ଓଡ଼ିଶାର ରାଜକୋଷକୁ ପ୍ରାୟ ୬,୦୦୦ କୋଟି ଟଙ୍କା ଏବଂ ଓଡ଼ିଶା ଓ ଭାରତ ସରକାରଙ୍କ ରାଜକୋଷକୁ ପ୍ରାୟ ୨୭,୦୦୦ କୋଟି ଟଙ୍କା ପ୍ରଦାନ କରୁଛି ।  ଓଡ଼ିଶାରେ ଏଲପିଜି ସଂଯୋଗ ୨୦୧୪ ପୂର୍ବରୁ ୨୧ ଲକ୍ଷ ଥିବା ବେଳେ   ଏବେ ରାଜ୍ୟରେ ଏଲପିଜି ସଂଯୋଗ ବଢି ୧ କୋଟି ୪ ହଜାରରେ ପହଞ୍ଚିଛି ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୫୫ ଲକ୍ଷରେ ପହଞ୍ଚିଛି ।   ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବା, ସମ୍ପତ୍ତି ସୃଷ୍ଟି, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଓଡ଼ିଶାରେ ନୂତନ ପିଢ଼ିର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଆମର ପ୍ରାଥମିକତା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ଏବଂ ସିଏମ୍ ମୋହନ ମାଝୀଙ୍କ ନେତୃତ୍ୱ ସମସ୍ତ ନିବେଶକଙ୍କୁ ସମର୍ଥନ କରିବ । ଗତ ଦଶନ୍ଧିରେ ପେଟ୍ରୋଲିୟମ କ୍ଷେତ୍ରରେ ୨ ଲକ୍ଷ ୪ ହଜାର କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ ସହ ଓଡ଼ିଶା ବିଶ୍ୱର ଶକ୍ତି ପରିବର୍ତ୍ତନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ସ୍ୱଚ୍ଛ ଭାରତ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୂଆ ବାୟୋ ଗ୍ୟାସ ପଲିସି ଆଣିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଅନୁରୋଧ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.