ଭଦ୍ରକ, ୧୯।୬ : ମା’କୁ ତଣ୍ଟିଚିପି ହତ୍ୟା ପରେ ଝିଅକୁ ପଥରରେ ଛେଚି ହତ୍ୟା କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ ଘଟିଛି ଅଘଟଣ । ମୃତ ମା ଓ ଝିଅ ହେଲେ ସୁକାନ୍ତି ମୁଣ୍ଡା ଓ ରାଇମଣି ମୁଣ୍ଡା
ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷୀୟ ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ କାମ କରୁଥିଲେ । ଆଜି ସକାଳୁ ମା ଓ ଝିଅ ମେଡିକାଲ ଯାଇଥିଲେ । ପରେ ସ୍ଥାନୀୟ ଲୋକେ ମା’ ସୁକାନ୍ତି ମୁଣ୍ଡାର ମୃତଦେହ ଦେଖିଥିଲେ । ସେହି ସ୍ଥାନରୁ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ମୃତ ମହିଳାଙ୍କ ଝିଅର ମୃତଦେହ ଘଟଣାସ୍ଥଳ ରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥା ରେ ମିଳିଥିଲା । ସ୍ଥାନୀୟ ଲୋକେ ନାବାଳକ କୁ ଗୋଡେଇ ଗୋଡ଼ାଇ ଧରି ପୋଲିସକୁ ଦେଇଥିଲେ । ଖବର ପାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଘଟଣାସ୍ଥଳ ରେ ପହଞ୍ଚି ଘଟଣାର ତଦନ୍ତ କରୁଛି।