ପ୍ରମୂଖ ଖବର
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମୋଦିଙ୍କ ରୋଡ୍‌ ସୋ’ ବେଳେ ୧୦ ମୋବାଇଲ୍‌ ଚୋର, ଅଣଓଡ଼ିଆ ନାବାଳକଠୁ ୪ ଫୋନ୍ ଜବତ କଲା ପୁଲିସ

ପୁରୀ,୨୧/୦୫: ପ୍ରଧାନମନ୍ତ୍ରୀଙ୍କ  ରୋଡ୍‌ ସୋ’ ପାଇଁ କଡ଼ା ସୁରକ୍ଷା ବଳୟରେ ଥିଲା ବଡ଼ଦାଣ୍ଡ । ମେଡିକାଲ୍‌ ଛକରୁ ମରିଚିକୋଟ୍‌ ଛକ ମଧ୍ୟରେ ଥିବା ୪ଟି ସେକ୍ଟର୍‌ କରି ପୁଲିସ ଜଗିଥିଲା । ହେଲେ ଏହା ଭିତରେ ବିଜେପି କର୍ମୀଙ୍କୁ ଲୁଟିଲେ ଲୁଟେରା । ୧୦ରୁ ଅଧିକ ମୋବାଇଲ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଜଣେ ଅଣଓଡ଼ିଆ ନାବାଳକକୁ କାବୁ କରି  ତା’ଠାରୁ ୪ଟି ମୋବାଇଲ୍‌ ଫୋନ୍‌ ଉଦ୍ଧାର କରାଯାଇଥିଲା । ପୁଲିସ ଏହି ନାବାଳକକୁ ନେଇ ଛାଡ଼ି ଦେଇଛି । 

ବିଭିନ୍ନ ଗୀତର ତାଳେ ତାଳେ କର୍ମୀମାନେ ହାତ ଟେକି ନାଚିଥିଲେ । ବାସ୍‌  ଏହି ମଉକାକୁ ହାତଛଡ଼ା କରି ନଥିଲେ  ଲୁଟେରା । ଭିଡ଼ ଭିତରେ ପଶି ପକେଟରୁ  ମୋବାଇଲ୍‌ ଫୋନ୍‌ ଚୋରି କରିଥିଲେ ।  ଏପରିକି ଫଟୋ ଓ ସେଲ୍ଫି ନେବା ବେଳେ  ବି କୌଶଳକ୍ରମେ ମୋବାଇଲ୍‌ ଛଡ଼ାଇ  ନେଇଥିଲେ ଲୁଟେରା ।  

ପୂର୍ବାହ୍ନ ୯ଟା ସମୟରେ ଭିଆଇପି  ରୋଡ୍‌ର ନିରଞ୍ଜନ କୁମାର ରାଉତଙ୍କ  ମୋବାଇଲ୍‌ ଲୁଟ୍‌ ହୋଇଥିଲା । ଏନେଇ  ସେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ  କରିଥିଲେ । ଅନ୍‌ଲାଇନ୍‌ ଯୋଗେ ଟ୍ରାକ୍‌  କରି ଡାକ୍ତରଖାନା ଛକ ସ୍ଥିତ ପଞ୍ଜାବ  ନ୍ୟାସିନାଲ୍‌ ବ୍ୟାଙ୍କ୍‌ ପାଖକୁ ଆସିଥିଲେ।  

ବ୍ୟାଙ୍କ୍‌ ଜେନେରେଟର୍‌ ତଳେ ଥିବା  ପରିତ୍ୟକ୍ତ ସ୍ଥାନରେ ନିରଞ୍ଜନଙ୍କ ଫୋନ୍‌  ସହ ଆଉ ଏକ ମୋବାଇଲ୍‌ ମଧ୍ୟ ପଡ଼ିଥିଲା ।  ବଳଗଣ୍ଡିର ସଞ୍ଜୟ ହରିଚନ୍ଦନଙ୍କ ପକେଟ୍‌ରୁ  ମୋବାଇଲ୍‌ ଚୋରି କରିବା ବେଳେ ସେ  ଜଣେ ନାବାଳକକୁ କାବୁ କରିଥିଲେ ।  ଆଉ ୨ଟି ମୋବାଇଲ୍‌ ତାଠାରୁ ମିଳିଥିଲା ।  ପରିବାର ସହ ରହି ସେ ବେଲୁନ୍‌ ବେପାର  କରୁଥିବା କହିଥିଲା । ନାବାଳକକୁ ତା’  ପରିବାର ଜିମାରେ ଛାଡ଼ିଥିଲା ପୁଲିସ ।  କିଛି ଅଣଓଡ଼ିଆ ତାଳବଣିଆଠାରେ  ରହି ସହରରେ ଲୁଟ୍‌ପାଟ୍‌ କରୁଥିବାର  ପ୍ରମାଣ ପାଇଥିଲା ଟାଉନ୍‌ ଥାନା ପୁଲିସ । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା  ଲୁଟେରାଙ୍କୁ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.