ପ୍ରମୂଖ ଖବର
  • ସୁନ୍ଦରଗଡ଼ରେ ବାଇକ୍‌କୁ ଧକ୍କ ପରେ ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍. ୩୦ ଆହତ
  • ||
  • ପାୱାର କେନାଲରେ ବୁଡି ଭିସୁଟ ଛାତ୍ର ମୃତ, ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ,
  • ||
  • ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ତାରାବାହିନୀ ପତି ଉପରୁ ନିଲମ୍ବନ ହଟିବା ନେଇ ଆଲୋଚନା
  • ||
  • ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ
  • ||
  • ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା
  • ||
  • କଟକ : ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ
  • ||
  • ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ, ମହାକାଶରୁ ସୁନୀତା ୱିଲିୟମ୍ସ, ୱିଲମୋର ବୁଚଙ୍କର ଫେରିବା ହେବ ବିଳମ୍ବ
  • ||
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ
  • ||
  • ବାଲେଶ୍ୱର : ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ
  • ||
  • ଉତ୍ତରାଖଣ୍ଡ ଡେରାଡୁନରେ ହିଟି ଆଣ୍ଡ ରନ୍‌, କାର ଧକ୍କାରେ ୪ ଶ୍ରମିକଙ୍କ ଚାଲିଗଲା ଜୀବନ, ୨ ଜଣ ଗୁରୁତର
  • ||
  • ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ
  • ||
  • ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ
  • ||
  • ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !
  • ||

ଡିଜିଟାଲ ପେମେଣ୍ଟ କରୁଥିବା ଲୋକଙ୍କୁ ଲାଗିପାରେ ଝଟକା, ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହେବ ମହଙ୍ଗା

Published By : Prameya | March 11, 2025 4:39 PM

ନୂଆଦିଲ୍ଲୀ,୧୧।୩: ୟୁପିଆଇ ଓ ରୁପେ ଡେବିଟ୍ କାର୍ଡ ଜରିଆରେ ଲେଣଦେଣ ଉପରେ ଖୁବ୍ ଶୀଘ୍ର ଲାଗିବ ଚାର୍ଜ। ଅର୍ଥାତ ୟୁପିଆଇ କରିବା ହେବନି ଫ୍ରି। ଏଥିପାଇଁ ଅଲଗା ଭାବରେ ଟଙ୍କା ଦେବାକୁ ପଡିପାରେ। ଏକ ରିପୋର୍ଟ ଅନସାରେ, ସରକାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଓ ରୁପେ ଡେବିଟ୍ କାର୍ଡ ଜରିଆରେ କରାଯାଇଥିବା ଲେଣଦେଣ ଉପରେ ମର୍ଚେଣ୍ଟ ଚାର୍ଜେସ୍ ଫେରାଇ ଆଣିବାର ମୂଲ୍ୟାଙ୍କନ କରୁଛି। ଯଦି ଏଭଳି ହୁଏ ତେବେ ଡିଜିଟାଲ ପେମେଣ୍ଟ ମହଙ୍ଗା ହୋଇଯିବ। 

‘ଦ ଇକୋନୋମିକ୍ସ ଟାଇମ୍’ର ରିପୋର୍ଟ ଅନୁସାରେ, ସରକାର ଏହି ଟ୍ରାଞ୍ଜାକସନ୍ ଉପରେ ମର୍ଚେଣ୍ଟ ଚାର୍ଜେସ୍ ଲଗାଇବାର ପ୍ରସ୍ତୁତି କରୁଛି। ଉଲ୍ଲେଖନୀୟ ଯେ, ଡିଜିଟାଲ ପେମେଣ୍ଟ ଇଣ୍ଡଷ୍ଟ୍ରୀଜ୍‌ରେ ମର୍ଚେଣ୍ଟ ଇଣ୍ଡଷ୍ଟ୍ରୀଜ୍‌ରେ ମର୍ଚେଣ୍ଟ କିମ୍ବା ଦେକାନୀଙ୍କୁ ପେମେଣ୍ଟ ସର୍ଭିସ ଆରମ୍ଭ କରିବାକୁ ଦେବାକୁ ପଡିଥାଏ। ଏହି ଶୁଳ୍କକୁ ୨୦୨୨ ରେ ସରକାରଙ୍କ ଦ୍ବାରା କ୍ଷମା କରି ଦିଆଯାଇଥିଲା। ଏବେ ଖବର ରହିଛି ଯେ, ସରକାର ଏହାକୁ ଲାଗୁ କରିବା ଉପରେ ବିଚାର କରିପାରନ୍ତି। ବର୍ତ୍ତମାନ ୟୁପିଆଇ ଓ ରୁପେ ଡେବିଟ୍ କାର୍ଡ ପରିଶୋଧ ଉପରେ କୌଣସି ଏମ୍‌ଡିଆର ଲାଗୁ ହୋଇନାହିଁ, ଯାହାକୁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ(ଏନ୍‌ପିସିଆଇ) ମାଧ୍ୟରେ ସୁଗମ କରାଯାଇଥାଏ।

ରିପୋର୍ଟରେ ଜଣେ ବ୍ୟାଙ୍କର କହିଛନ୍ତି, ବଡ ବେପାରୀଙ୍କ ପାଇଁ ୟୁପିଆଇ ଲେଣଦେଣ ଉପରେ ଏମ୍‌ଡିଆରକୁ ପୁଣିଥରେ ଲାଗୁ କରିବାର ଔପଚାରିକ ଅନୁରୋଧ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଦ୍ବାରା କେନ୍ଦ୍ର ସରକାରଙ୍କୁ ପ୍ରସ୍ତୁତ କରାଯାଇଛି ଓ ସମ୍ପର୍କିତ ବିଭାଗ ଏହାର ସମୀକ୍ଷା କରୁଛନ୍ତି। ପ୍ରସ୍ତାବ ଅନୁସାରେ, ୪୦ ଲକ୍ଷ ଟଙ୍କାରୁ ଅଧିକ ବାର୍ଷିକ କାରବାର ଥିବା ବେପାରୀଙ୍କ ପାଇଁ ୟୁପିଆଇ ଲେଣଦେଣ ନିଶୁଳ୍କ ରହିବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) ଅନୁସାରେ, ଫେବୃଆରୀ ୨୦୨୫ ରେ ୟୁପିଆଇ ୧୬.୧୧ ବିଲିୟନ ଲେଣଦେଣ ରେକର୍ଡ କରାଯାଇଛି। ଏହାର ରାଶି ପ୍ରାୟ ୨୨ ଟ୍ରିଲିୟନ ଟଙ୍କା ଥିଲା। ଜାନୁଆରୀରେ ମୋଟ ଲେଣଦେଣ ୧୬.୯୯ ବିଲିୟନ ଥିଲା।

ଆହୁରି କମିବ ଟାକ୍ସ! ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ସଂକେତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.