ପ୍ରମୂଖ ଖବର
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କୋଚ୍ ହେବ ତ ଏମିତି.. ଆହତ ସତ୍ତ୍ୱେ ରାଜସ୍ଥାନ ରୟାଲ୍ସ ଦଳରେ ଯୋଗ ଦେଲେ ରାହୁଲ ଦ୍ରାବିଡ

Published By : Prameya | March 13, 2025 1:34 PM

ମୁମ୍ବାଇ,୧୩/୦୩: ଆଗାମୀ  ଆଇପିଏଲ-୧୮ ପାଇଁ ରାଜସ୍ଥାନ ରୟାଲ୍ସ  ଜୋରଦାର ପ୍ରସ୍ତୁତି ଚଳାଇଛି । ଆହତ ଥିବା ସତ୍ତେ୍ୱ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଦଳ  ସହ ଯୋଗ ଦେଇଛନ୍ତି । ଆଇପିଏଲ୍‌ ପାଇଁ  ରାଜସ୍ଥାନର ପ୍ରାକ୍‌ ପ୍ରସ୍ତୁତି ଶିବିରରେ ଦ୍ରାବିଡ  କିଛି ଦିନ ପାଇଁ ଅନୁପସ୍ଥିତ ରହିଥିଲେ ।  ବୁଧବାର ଅପରାହ୍ଣରେ ସେ ଦଳ ସହ ଯୋଗ  ଦେଇଛନ୍ତି ।  

ରାଜସ୍ଥାନ ରୟାଲ୍ସ ପକ୍ଷରୁ  ଅଫିସିଆଲ ସୋସିଆଲ ମିଡ଼ିଆ ପୃଷ୍ଠାରେ ଦ୍ରାବିଡଙ୍କ ଏକ ଫଟୋ ପୋଷ୍ଟ କରାଯାଇଥିଲା ।  ତାଙ୍କ ବାମ ଗୋଡ଼ରେ ମୋଟା ବ୍ୟାଣ୍ଡେଜ ଗୁଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଫଟୋ  ଜରିଆରେ ରାଜସ୍ଥାନ ରୟାଲ୍ସ ଦ୍ରାବିଡଙ୍କ  ଆହତ ପ୍ରସଙ୍ଗ ଉଲ୍ଲେଖ କରିଛି । ଦ୍ରାବିଡ ବେଙ୍ଗାଲୁରୁରେ ଏକ ମ୍ୟାଚ କ୍ରିକେଟ୍‌ ମ୍ୟାଚ୍‌ ଖେଳୁଥିବାବେଳେ ଆହତ ହୋଇଥିଲେ । ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଛି । ସେ ବର୍ତ୍ତମାନ ସୁସ୍ଥ ହେଉଛନ୍ତି ଓ ଦଳ ସହ ଯୋଗ ଦେଇଛନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି ।  




ସୂଚନାଯୋଗ୍ୟ, ଭାରତୀୟ ଦଳର ମୁଖ୍ୟ  କୋଚ୍‌ ପଦ ଛାଡ଼ିବା ପରେ ଦ୍ରାବିଡଙ୍କୁ ତୁରନ୍ତ  ରାଜସ୍ଥାନ ରୟାଲ୍ସ କୋଚ ନିଯୁକ୍ତି ଦେଇଥିଲା । ପୂର୍ବରୁ ଦ୍ରାବିଡ୍‌ ଏହି ଫ୍ରାଞ୍ଚାଇଜ୍‌ ପକ୍ଷରୁ  ଖେଳିଥିଲେ । ଏହା ବ୍ୟତୀତ ସେ ୨୦୧୪ ଓ  ୨୦୧୫ ସିଜନରେ ମେଣ୍ଟର ମଧ୍ୟ ରହିଥିଲେ । ରାହୁଲ ଦ୍ରାବିଡଙ୍କ ସହ ପୁନର୍ବାର କାର୍ଯ୍ୟ  କରିବାକୁ ଯାଉଥିବାରୁ ବେଶ୍‌ ଉତ୍ସାହିତ ଥିବା  ଅଧିନାୟକ ସଞ୍ଜୁ ସାମସନ ପ୍ରକାଶ କରିଛନ୍ତି ।  ସେ କହିଛନ୍ତି, ୨୦୧୩ରେ ମୁଁ ଆଇପିଏଲ୍‌  ପଦାର୍ପଣ କରିଥିଲି । ସେତେବେଳେ ରାହୁଲ  ସାର୍‌ ଦଳର ଅଧିନାୟକ ଥିଲେ । ସେ ମୋତେ ପ୍ରଥମେ ଏହି ଦଳକୁ ଆଣିଥିଲେ । ଏହାପରେ  ସେ ଭାରତୀୟ ଦଳର କୋଚ ଥିବାବେଳେ ମୁଁ  ତାଙ୍କ ଅଧିନରେ ଖେଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.