ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଡିଜିଟାଲ ଆରେଷ୍ଟ ମାମଲା: ୮୩,୬୬୮ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ ବ୍ଲକ୍‌

Published By : Prameya | March 13, 2025 12:21 PM

ନୂଆଦିଲ୍ଲୀ, ୧୩/୦୩: ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟର(ଆଇ୪ସି) ଡିଜିଟାଲ ଆରେଷ୍ଟ ମାମଲାରେ ସମ୍ପୃକ୍ତ ଥିବା ୩,୯୬୨ରୁ ଅଧିକ  ସ୍କାଇପ୍‌ ଆଇଡି ଏବଂ ୮୩,୬୬୮ ହ୍ୱାଟ୍‌ସ  ଆପ୍‌ ଆକାଉଣ୍ଟକୁ ଚିହ୍ନଟ କରି ସେଗୁଡ଼ିକୁ  ବ୍ଲକ୍‌ କରିଛି । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ରାଜ୍ୟସଭାରେ ସୂଚନା  ଦିଆଯାଇଛି । 

ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ବନ୍ଦୀ  ସଞ୍ଜୟ କୁମାର ଡିଏମ୍‌କେ ସାଂସଦ ତିରୁଚି ଶିବାଙ୍କ ପ୍ରଶ୍ନର ଲିଖିତ ଉତ୍ତର  ରଖି କହିଥିଲେ, ସାଇବର ଅପରାଧୀମାନେ  ଇଡି, ସିବିଆଇ ଭଳି ଏଜେନ୍ସିର ନକଲି  ଅଧିକାରୀ ହୋଇ ଏହି ଆକାଉଣ୍ଟର  ବ୍ୟବହାର କରୁଥିଲେ । ଏହାଦ୍ୱାରା ସେମାନେ ଲୋକଙ୍କୁ ଠକୁଥିଲେ । ଏହା  ବ୍ୟତୀତ ୨୦୨୫ ଫେବ୍ରୁଆରୀ ୨୮ ସୁଦ୍ଧା ୭ ଲକ୍ଷ ୮୧ ହଜାରରୁ ଅଧିକ ସିମ୍‌ କାର୍ଡ ଏବଂ  ୨ ଲକ୍ଷ ୮ ହଜାରରୁ ଊଦ୍ଧ୍ୱର୍ ଆଇଏମ୍‌ଇଆଇ  ନମ୍ବର ମଧ୍ୟ ବ୍ଲକ୍‌ କରାଯାଇଛି । ୧୩ ଲକ୍ଷ  ୩୬ ହଜାରରୁ ଊଦ୍ଧ୍ୱର୍ ଅଭିଯୋଗ ଆଧାରରେ  ୪,୩୮୬ କୋଟି ଟଙ୍କାରୁ ଅଧିକ କ୍ଷତିକୁ  ରୋକା ଯାଇପାରିଛି । 

ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ  ଆହୁରି କହିଥିଲେ ଯେ, କେନ୍ଦ୍ର ସରକାର  ଏବଂ ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର  (ଟିଏସ୍‌ପି) ଇଣ୍ଟରନ୍ୟାସନାଲ ସ୍କୁଫ୍‌ କଲ୍‌  ବା ଠକେଇ ପାଇଁ ବାହାରୁ ଆସୁଥିବା ଫୋନ୍‌  କଲ୍‌କୁ ଚିହ୍ନଟ କରିବା ଓ ସେଗୁଡ଼ିକୁ ବ୍ଲକ୍‌  କରିବା ଲାଗି ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଏପରି ଫୋନ୍‌ କଲ୍‌ ଆସିଲେ ତାହା  ମୋବାଇଲ ଡିସ୍‌ପ୍ଲେରେ ତାହା ଭାରତର  ନମ୍ବର ବୋଲି ଦେଖାଇଥାଏ । କିନ୍ତୁ ତାହା  ବାସ୍ତବରେ ବିଦେଶରୁ ଆସିଥାଏ । ଏପରି  କଲ୍‌କୁ ବ୍ଲକ୍‌ କରିବା ଲାଗି ଟିଏସ୍‌ପିକୁ  ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍‌  ସାଇବର ଅପରାଧର ଅଭିଯୋଗ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ୧୯୩୦  ଚାଲୁ କରାଯାଇଛି । ଲୋକଙ୍କ ମଧ୍ୟରେ  ସଚେତନତା ବଢ଼ାଇବା ଲାଗି ଆଞ୍ଚଳିକ  ଭାଷାରେ ସଚେତନ ବାର୍ତ୍ତା ଥିବା କଲର  ଟ୍ୟୁନ୍‌ ପ୍ରସାରିତ କରାଯାଉଛି ବୋଲି ମନ୍ତ୍ରୀ  ସଞ୍ଜୟ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.