ପ୍ରମୂଖ ଖବର
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଯୁବତୀଙ୍କ ସହ ଅସଦାଚରଣ ଅଭିଯୋଗରେ ୨ ଯବାନଙ୍କୁ ଗିରଫ କଲା ପୋଲିସ...

Published By : Bijay Swain | March 12, 2025 11:02 PM

Image courtesy: indiatoday

ନୂଆଦିଲ୍ଲୀ: ଛତିଶଗଡ଼ର ଭିଲାଇର ଏକ ପାର୍କରେ ଜଣେ ମହିଳାଙ୍କୁ ହଇରାଣ କରିବା ଅଭିଯୋଗରେ ପୋଲିସ ତିନିଜଣଙ୍କୁ ଗିରଫ କରିଚି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଗିରଫ ହୋଇଥିବା ତିନି ଯୁବକଙ୍କ ମଧ୍ୟରେ ଦୁଇ ଜଣ ସୀମା ସୁରକ୍ଷା ବଳ(ବିଏସଏଉ)ର ଯବାନ ରହିଛନ୍ତି। ତେବେ ପୋଲିସ ସେମାନଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହ ଏକ ମାମଲା ରୁଜୁ କରିଛି।

ସିଏସପି ସତ୍ୟପ୍ରକାଶ ତିୱାରୀଙ୍କ ଅନୁଯାୟୀ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତମାନଙ୍କ ନାମ ହେଉଛି ରାହୁଲ ରାଠୋର ଏବଂ ଧଳ ସିଂହ। ଘଟମା ମୁତାବକ, ମଙ୍ଗଳବାର ରାତିରେ ଭେଲୱା ତାଲାବ ପାର୍କରେ ମହିଳା ଜଣଙ୍କ ଏକୁଟିଆ ବସିଥିଲେ। ଏହାର ସୁଯୋଗ ନେଇ ଯୁବକ ଦ୍ୱୟ ତାଙ୍କ ନିକଟକୁ ଆସିବା ସହ ସେ ଏତେ ରାତିରେ କାହିଁକି ଏକା ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ତେବେ ଯୁବତୀ ଜଣଙ୍କ ଏଥିରେ ଡରି ନଯାଇ ସେମାନଙ୍କୁ ସେମାନଙ୍କ ପରିଚୟ ପଚାରିଥିଲେ। ଅଭିଯୁକ୍ତଦ୍ୱୟ ଏହାର ଉତ୍ତରରେ ସେମାନେ ବିଏସଏଫ ଯବାନ ଥିବା କହିବା ସହ ଯୁବତୀଙ୍କୁ ଟଣାଓଟରା କରିବା ଆରମ୍ଭ କରିଦେଇଥିଲେ। 

ଯୁବତୀ ଜଣକଙ୍କ ସହ ଏପରି ହେବା ପରେ ସେ ତାଙ୍କ ପ୍ରେମିକଙ୍କ ସହ ଭାରତୀୟ ଜାତୀୟ ଛାତ୍ର ସଂଘ(NSUI)ର ସଦସ୍ୟମାନଙ୍କୁ ଫୋନକରି ଘଟଣାସ୍ଥଳକୁ ଡାକିଥିଲେ। ତେବେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା ପରେ ଛାତ୍ରମାନେ ସେଠାରେ ଉପସ୍ଥିତ ଥିବା ଟ୍ରାଫିକ୍ ପୋଲିସ ଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଟ୍ରାଫିକ୍ ପୋଲିସ ବିଭାଗ ଦୁଇ ବିଏସଏଫ ଯବାନଙ୍କ ସହ ଜଣେ ଘରୋଇ ଡ୍ରାଇଭରଙ୍କୁ ହେପାଜତକୁ ନେଇ ସୁପେଲା ପୋଲିସକୁ ହସ୍ତାନ୍ତର କରିଥିଲେ।

ଗିରଫ ହୋଇଥିବା ଜବାନ ଦ୍ୱୟ କାଙ୍କେର ମୁଖ୍ୟାଳୟ ଏବଂ ଭିଲାଇ ସେକ୍ଟର ୬ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣାପଡିଛି। ପୋଲିସ ସେମାନଙ୍କୁ ଗିରଫ କରିବା ସହ ତାଙ୍କ ନିକଟରେ ଥିବା ସେନା ଆବଣ୍ଟିତ ସ୍କୋର୍ପିଓକୁ ମଧ୍ୟ ଜବତ କରିଛି। ତେବେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.