ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ହୋଲି ଉତ୍ସବ ପାଇଁ ୧୦ ମସଜିଦକୁ କରାଯିବ କଭର; ସମ୍ଭଲ ପୋଲିସ ଜାରି କଲା ନିର୍ଦ୍ଦେଶ

Published By : Bijay Swain | March 12, 2025 9:26 PM

Image courtesy: indiatoday

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭଲ ପୋଲିସ ଐତିହାସିକ ଜାମା ମସଜିଦ ସମେତ ୧୦ଟି ମସଜିଦକୁ ହୋଲି ଦିନ ଘୋଡାଇ ରଖିବାକୁ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ମାସ ୧୪ ତାରିଖରେ ଉତ୍ତରପ୍ରଦେଶରେ ହେବାକୁ ଥିବା ଶୋଭାଯାତ୍ରାରେ ରାସ୍ତାରେ ପଡ଼ୁଥିବା ସମସ୍ତ ମସଜିଦକୁ ପୋଲିସ ପ୍ଲାଷ୍ଟିକ୍ ସିଟ୍ ଏବଂ ତାରପାଲିନ୍ ଦ୍ୱାରା ଘୋଡ଼ାଇ ରଖିବାକୁ ନିଷ୍ପତ୍ତି ନେଇଛି। ତେବେ ଚଳିତ ବର୍ଷ, ପବିତ୍ର ରମଜାନ ମାସର ଶୁକ୍ରବାର ନମାଜ ପାଠ ସହିତ ହୋଲି ଏକା ଦିନରେ ପଡୁଥିବାରୁ ପୋଲିସ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଏହି ପଦକ୍ଷେପ ଦ୍ୱାରା ଉଭୟ ଗୋଷ୍ଠୀ ଶାନ୍ତି ଶୃଙ୍ଖଳାର ସହ ନିଜନିଜ ପର୍ବ ପାଳନ କରିପାରିବେ ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ଏନେଇ ଅତିରିକ୍ତ ପୋଲିସ ଅଧୀକ୍ଷକ(ଏଏସପି) ଶ୍ରୀଶଚନ୍ଦ୍ର କହିଛନ୍ତି ଯେ ଉଭୟ ସମ୍ପ୍ରଦାୟ ମଧ୍ୟରେ ପାରସ୍ପରିକ କଥାବର୍ତ୍ତା କରିବା ପରେ ହୋଲି ଶୋଭାଯାତ୍ରାର ମାର୍ଗରେ ଥିବା ସମସ୍ତ ଧାର୍ମିକ ସ୍ଥଳଗୁଡ଼ିକୁ କଭର କରାଯିବ। ଯାହାଦ୍ୱାରା ଦୁଇ ସମ୍ପ୍ରଦାୟ ମଧ୍ୟରେ ସହମତି ବଢିବ ପୋଲି ଏଏସପି ସୂଚନା ପ୍ରଦାନ କରିଛନ୍ତି।

ଏକ ହିନ୍ଦୁ ମନ୍ଦିରର ଧ୍ୱଂସାବଶେଷ ଉପରେ ମସଜିଦ ନିର୍ମାଣ କରାଯାଇଥିବା ଦାବି ଉପରେ କୋର୍ଟଙ୍କ ନିର୍ଦ୍ଦେଶରେ ଜାମା ମସଜିଦର ସର୍ଭେ ପରେ ଗତ ନଭେମ୍ବର ମାସରୁ ସମ୍ଭଲରେ ଉତ୍ତେଜନା ଲାଗି ରହିଛି। ସର୍ଭେକୁ ନେଇ ବିରୋଧ ପ୍ରଦର୍ଶନ ବ୍ୟାପକ ହିଂସାରେ ପରିଣତ ହୋଇଥିଲା, ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

ଚଳିତ ସପ୍ତାହର ଆରମ୍ଭରେ, ସମ୍ଭଲ ପୋଲିସର ବରିଷ୍ଠ ଅଧିକାରୀ ଅନୁଜ କୁମାର ଚୌଧୁରୀ କ ବିବାଦୀୟ ବୟାନ ଦେଇଥିଲେ। ହୋଲି ବର୍ଷକୁ ଥରେ ଆସୁଥିବାରୁ ମୁସଲମାନମାନଙ୍କୁ ଘର ଭିତରେ ରହିବାକୁ "ପରାମର୍ଶ" ଦେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ତେବେ ସମ୍ଭଲ ପୋଲିସର ଏହି ମନ୍ତବ୍ୟକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଲ କହିବା ସହିତ ଏହାର ସମର୍ଥନ ମଧ୍ୟ  କରିଥିଲେ।

ଚଲିତ ସପ୍ତାହ ଶୁକ୍ରବାର ଦିନ ହୋଲି ଓ ଶୁକ୍ରବାର ନମାଜ ପାଠ ଏକା ସହିତ ପଡୁଥିବାରୁ ଏହାକୁ ନେଇ ଅନେକ ନେତା ବିବାଦୀୟ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷିରେ ଗତ ମଙ୍ଗଳବାର ବିଜେପି ନେତା ରଘୁରାଜ ସିଂ ସମସ୍ତ ମୁସଲିମ ଲୋକଙ୍କୁ ପଲିଥିନ ପ୍ରସ୍ତୁତ ହିଜାବ ପିନ୍ଧିବାକୁ କହିଛନ୍ତି। ନଚେତ ସମସ୍ତଙ୍କ ଦେହରେ ହୋଲିର ରଙ୍ଗ ଲାଗିଯିବ ବୋଲି ସେ ମତ୍ତ ପ୍ରକାଶ କରିଛନ୍ତି। 

ସେହିଭଳି ବିହାରର ଦରଭଙ୍ଗା ମେୟର ହୋଲି ପାଇଁ ଜୁମ୍ମା(ଶୁକ୍ରବାର ନମାଜ ପାଠ) ଉପରେ ଦୁଇଘଣ୍ଟାର ରହିତାଦେଶ ଲଗାଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.