ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

'ମୁଁ ଖଣ୍ଡଗିରିର ଲୋକାଲ୍ ଗୁଣ୍ଡା, ମୋର ପୋଲିସ କିଛି ବିଗାଡ଼ି ପାରିବନି'

Published By : Prameya | February 8, 2025 11:23 AM

ଭୁବନେଶ୍ଵର, ୦୮/୦୨ : ମୁଁ ଖଣ୍ଡଗିରିର ଲୋକାଲ୍ ଗୁଣ୍ଡା। ମୋର କେହି କିଛି ବିଗାଡ଼ି ପାରିବେନି, ପୋଲିସ ବି ବିଗାଡ଼ି ପାରିବେନି। ଖଣ୍ଡଗିରିରେ ଲୋକାଲ୍ ଗୁଣ୍ଡାଙ୍କ ଉତ୍ପାତ। କୁମ୍ଭମେଳାରେ ସାଧୁସନ୍ଥଙ୍କୁ ଆକ୍ରମଣ ଅଭିଯୋଗ। ଜଣେ ବ୍ୟକ୍ତି ନିଜକୁ ଲୋକାଲ୍ କହି ୪ ରୁ ୫ ଜଣ ଲୋକଙ୍କୁ ଧରି ବିଭିନ୍ନ କ୍ୟାମ୍ପରେ ପଶୁଛନ୍ତି ଏବଂ ସାଧୁସନ୍ଥଙ୍କୁ ହଇରାଣ କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି। ଏପରିକି ପୋଲିସ ମୋର କିଛି କରିପାରିବନି କହି ବାହାଦୂରୀ ମାରୁଛନ୍ତି। ଖଣ୍ଡଗିରିକୁ ଆସିଥିବା ରାଜୁ ବାବାଙ୍କ ଗୋଡକୁ ରଡରେ ପିଟି ଦକ୍ଷିଣା ଟଙ୍କା ଓ ମୋବାଇଲ୍ ଛଡାଇ ନେଇଥିବା ଅଭିଯୋଗ ହୋଇଛି।  

ଏହି ଖବରଟିକୁ ପଢନ୍ତୁ-ବିଏମସି କମିଶନରଙ୍କ କଡ଼ା ଚେତାବନୀ, ଏଥର ଯାତ୍ରାରେ ନଗ୍ନତା ସଂପୂର୍ଣ୍ଣ ବ୍ୟାନ୍

ଫେବୃଆରୀ ୪ରୁ ଖଣ୍ଡଗିରିରେ କୁମ୍ଭମେଳା ଆରମ୍ଭ ହୋଇଛି। ସାଧୁସନ୍ଥଙ୍କ ଭଜନ କୀର୍ତ୍ତନ ଓ ମନ୍ତ୍ରଧ୍ଵନିରେ ଖଣ୍ଡଗିରି-ଉଦୟଗିରି ପ୍ରକମ୍ପିତ ହେଉଛି। ୧୪ ଦିନ ଧରି ଖଣ୍ଡଗିରି ଯାତ୍ରା ଚାଲିବ। ତେବେ ଜଣେ ବାବାଙ୍କ ଏଭଳି ଅଭିଯୋଗ ପରେ ସାଧୁସନ୍ଥଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଏହି ବ୍ୟକ୍ତି ଜଣଙ୍କ କିଏ ଏବଂ କାହିଁକି ସେ ବାବାମାନଙ୍କୁ ଧମକାଉଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.