ଦାରିଙ୍ଗବାଡି,୨୩/୨(ଆପ୍ର): ଆସନ୍ତା ମାର୍ଚ୍ଚ ମାସ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ତପଭୂମି ଋଷୀମାଳ ତୀର୍ଥ କ୍ଷେତ୍ର ରେ ଅନୁଷ୍ଠିତ ହେବାକୁ ଥିବା ମହାବାରୁଣୀ ବୁଡ଼ ଅବସରରେ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ତିନି ଦିନ ଧରି ନାମ ଯଜ୍ଞ, ଘୃତ ଯଜ୍ଞ ଏବଂ ଜ୍ଞାନ ଯଜ୍ଞ ଆଦି ଧର୍ମାନୁଷ୍ଠାନ କାର୍ଯ୍ୟ କରାଯିବ । ଏହି ଅବସରରେ କନ୍ଧମାଳ,ଗଂଜାମ ଓ ଗଜପତି ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ । ମହାବାରୁଣୀ ବୁଡ଼ ରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି ।
ଆଗକୁ ମାହାବାରୁଣୀ ବୁଡ଼ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଋଷିମାଳ ତୀର୍ଥ କ୍ଷେତ୍ର କୁ ବିଦ୍ୟୁତ୍ ସଂଯୋଗ ହୋଇ ପାରି ନାହିଁ । ଏଥି ପ୍ରତି କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପ୍ରଶାସନ ସ୍ତରରେ ଗୁରୁତ୍ବ ଦିଆଯାଉ ନଥିବା ଅଞ୍ଚଳବାସୀ ସହ କମିଟି କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ନଥିବା ଫଳରେ ଉକ୍ତ ତୀର୍ଥ କ୍ଷେତ୍ର ରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ମହାବାରୁଣୀ ବୁଡ଼ ପୂର୍ବରୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଦାବି ହୋଇଛି । ପ୍ରସ୍ତୁତି ବୈଠକରେ ଅଧକ୍ଷ ପ୍ରଭାକର ବିଶୋୟୀ, ଉପାଧ୍ୟକ୍ଷ ପ୍ରଦୀପ ପଣ୍ଡା,ସମ୍ପାଦକ ଯୋଗେଶ ପାତ୍ର,ସ୍ୱାମୀ ସତ୍ୟାନନ୍ଦ ଗିରି, ଶିବରାମ ସୁଆର,ପ୍ରଦ୍ୟୁମ୍ନ ବେହରଦଲାଇ,ବ୍ରହ୍ମାନନ୍ଦ ଦେଶମାଝି ,ରମାକାନ୍ତ ବଡ଼ାଇକ ପ୍ରମୁଖ ଉପସ୍ଥିତ ଥିଲେ ।